ଆଉ ୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ଆଉ ୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ତେବେ ରାଜ୍ୟର ୪ କରୋନା ଆକ୍ରାନ୍ତ ୧୬୦, ୧୬୧, ୧୬୨ ଓ ୧୬୩ଙ୍କ ସମ୍ପର୍କରେ ସରକାର ତଥ୍ୟ ଦେଇଛନ୍ତି।

୧୬୦ ନମ୍ୱର କରୋନା ଆକ୍ରାନ୍ତଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଡହଲଡେରାରେ। ତାଙ୍କ ବୟସ ୪୦ ବର୍ଷ। ସେ  ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଯାଏ ଲକ୍‌ଡାଉନ୍‌ରେ ଘରେ ଥିଲେ। ଏପ୍ରିଲ ୨୧ରୁ ୨୪ ଯାଏ ସୁନ୍ଦରଗଡ଼ ବନ୍ଧାପାଲ୍ଲୀ ଓ ଡିଏଚ୍‌ଏଚ୍‌ ଯାଇଥିଲେ। ସୁନ୍ଦରଗଡ଼ ବନ୍ଧାପାଲ୍ଲୀରେ ସଂପର୍କୀୟଙ୍କ ଘରେ ଏପ୍ରିଲ୍‌ ୨୪ରୁ ୨୬  ରହିଥିଲେ। ସେଠାରୁ ଘରକୁ ଆସିଲା ପରେ ୨୭ ଏପ୍ରିଲରୁ ମେ’ ୩ ଯାଏ ହୋମ୍ କ୍ୱାରେଣ୍ଟାଇନ୍‌ ଥିଲେ।  ମେ’ ୩ରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୧୬୧ ନମ୍ବର ଆକ୍ରାନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରାରେ। ତାଙ୍କ ବୟସ ୩୪ ବର୍ଷ। ୨୦ ଏପ୍ରିଲ୍‌ରେ ସେ କୋଲକାତାରୁ ଆସିଥିଲେ। ସୋରରୁ ବାଇକ୍‌ରେ ଘରକୁ ଯାଇଥିଲେ। ୨୧ ଏପ୍ରିଲରୁ ମେ’ ୩ ଯାଏ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ। ୩ରେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୬୨ ନମ୍ବର ଆକ୍ରାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ ମୁଗୁପୁରରେ। ତାଙ୍କ ବୟସ ୩୦ ବର୍ଷ। ୨୬-୨୭ ମାର୍ଚ୍ଚରେ ସେ କୋଲକାତାରୁ ଭାୟା ଆନନ୍ଦପୁର ଦେଇ ଘରକୁ ଆସିଥିଲେ। ୨୭ ମାର୍ଚ୍ଚରୁ ୩ ମେ’ ଯାଏ ଘରେ ଥିଲେ। ୩ରେ ଜଣାପଡ଼ିଲା ଯେ ସେ କରୋନା ପଜିଟିଭ୍। ଏହା ପରେ ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୧୬୩ ନମ୍ବର ଆକ୍ରାନ୍ତଙ୍କ ଘର ରାଉକେଲା ନାଲାରୋଡ୍‌ରେ। ତାଙ୍କ ବୟସ ୨୯ ବର୍ଷ। ନାଲାରୋଡ୍‌ କଣ୍ଟେନମେଣ୍ଟ ଜୋନ୍ ହୋଇଥିବାରୁ ତାଙ୍କର ଟେଷ୍ଟ କରାଯାଇଥିଲା। ୩ ମେ’ରେ ରିପୋର୍ଟ ପଜିଟିଭ୍ ଆସିଥିଲା। ୪ ମେ’ରେ ତାଙ୍କୁ ରାଉରକେଲାର ହାଇଟେକ୍‌ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 

 

 



from Odisha Reporter https://ift.tt/2L37YpW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages