ଲଞ୍ଚ୍ ହେଲା Oppo A92 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ଲଞ୍ଚ୍ ହେଲା Oppo A92

ନୂଆଦିଲ୍ଲୀ: ଓପୋ ଏହାର ଏ-ସିରିଜ୍ ଏକ ନୂଆ ମଡେଲ୍ Oppo A92 ଲଞ୍ଚ୍ କରିଛି।​ ବର୍ତ୍ତମାନ ପାଇଁ କମ୍ପାନୀ ଏହାକୁ କେବଳ ମାଲେସିଆରେ ଲଞ୍ଚ୍ କରିଛି।  ପରବର୍ତ୍ତୀ ସମୟରେ ଏହାକୁ ଭାରତରେ ଲଞ୍ଚ୍ କରାଯିବ। ଏହି ସ୍ମାର୍ଟଫୋନରେ ବିଶେଷତ୍ତ୍ୱ ହେଉଛି ଏହାର 5000mAhର ବ୍ୟାଟେରୀ ଓ କ୍ୱାଡ୍ କ୍ୟାମେରା ସେଟ୍‌ଅପ୍।

Oppo ର ଅଫିସିଆଲ୍ ୱେବସାଇଟରେ ଏହି ସ୍ମାର୍ଟଫୋନକୁ ପ୍ରି-ଅର୍ଡର ତାଲିକାଭୁକ୍ତ କରାଯାଇଛି। ଏହି ସ୍ମାର୍ଟଫୋନର ମୂଲ୍ୟ MYR 1199 (ପ୍ରାୟ 21,000 ଟଙ୍କା) ରଖାଯାଇଛି। ଗ୍ରାହକଙ୍କ ପାଇଁ ଏହି ସ୍ମାର୍ଟଫୋନ୍ ଟ୍ୱିଲାଇଟ୍ ବ୍ଲାକ୍ ଏବଂ ଶାଇନିଂ ହ୍ୱାଇଟ୍ କଲର୍ ଅପଶନର୍ ଉପଲବ୍ଧ ହୋଇଛି। ଏହାର  ବିକ୍ରି ମେ’ ୯ ଆରମ୍ଭ ହେବ।

Oppo A92ର ଫିଚର୍:

Oppo A92ରେ ପଞ୍ଚହୋଲ୍ ଡିଜାଇନ୍ ଯୁକ୍ତ ୬.୫ ଇଞ୍ଚର ଫୁଲ୍ HD + ଡିସପ୍ଲେ ରହିଛି। ଏହି ସ୍ମାର୍ଟଫୋନରେ 8GB RAM ଏବଂ 128GB ଷ୍ଟୋରେଜ୍ ସହିତ କ୍ୱାଲକମ୍ ସ୍ନାପଡ୍ରାଗନ୍ 665 ପ୍ରୋସେସର ଅଛି। ଏହି  ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 10 ବେସ୍ଡ୍  ColorOS 7.1 ରେ ଚାଲିଥାଏ। ଏଥିରେ ଡୁଆଲ୍ ଷ୍ଟେରିଓ ସ୍ପିକର ମଧ୍ୟ ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏହାର ପଛରେ 48MP ପ୍ରାଇମେରି କ୍ୟାମେରା, 8MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା ଏବଂ ଦୁଇଟି 2MP କ୍ୟାମେରା ଯୋଗାଇ ଦିଆଯାଇଛି। ଏଥିସହ ସେଲଫି ପାଇଁ ଏହାର ଫ୍ରଣ୍ଚରେ 16MP କ୍ୟାମେରା ଦିଆଯାଇଛି। ଏଥିରେ ଫିଙ୍ଗର ପ୍ରିଣ୍ଟ ସେନସର ରହିଛି। ଏହି ସ୍ମାର୍ଟଫୋନରେ 5000mAh ବ୍ୟାଟେରୀ ସହିତ 18W ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଅଛି।



from Odisha Reporter https://ift.tt/3dlRTId

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages