କଟକ (ଓଡ଼ିଶା ରିପୋର୍ଟର): ଅନ୍ଲାଇନରେ ମଦ୍ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗି ରହିଥିବା ଟଣାଓଟରା ଭିତରେ ଶେଷରେ ହଁ ଭରିଛି କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ। ଆଜିଠୁ କଟକରେ ଅନ୍ଲାଇନରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି।
କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହେଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ଆଜି ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଗ୍ରାହକ ଅର୍ଡର କରିବା ପରେ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଭିତରେ ମଦ ଡେଲିଭରି କରାଯିବ ବୋଲି କହିଛି ସଂଘ।
ଗତକାଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା ପରେ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛି।
from Odisha Reporter https://ift.tt/2XppDy6
No comments:
Post a Comment