ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ କରୋନାରେ ଆକ୍ରାନ୍ତ

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମହାରାଷ୍ଟ୍ର ସରକାରର ପିଡବ୍ଲୁଡି ମନ୍ତ୍ରୀ ଅଶୋକ ଚୌହ୍ୱାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ଉଦ୍ଧବ ସରକାରରେ ସାମିଲ ଥିବା ଆଉ ଜଣେ ମନ୍ତ୍ରୀ ଜିତେନ୍ଦ୍ର ଅହ୍ୱାଡ କରୋନାରେ ସଂକ୍ରମିତ ହୋଇଥିଲେ। ସେ ଏବେ ଆରୋଗ୍ୟ ହୋଇଥିବା ଜଣାପଡ଼ିଛି।

ଅଶୋକ ଚୌହ୍ୱାନ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ତେବେ ସେ କିଭଳି ଆକ୍ରାନ୍ତ ହେଲେ ସେ ନେଇ ସ୍ୱାସ୍ଥ୍ୟ ଅଧିକାରୀ ସମୀକ୍ଷା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କରୋନାର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରରେ ରବିବାର ଗୋଟିଏ ଦିନରେ ୩୦୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୨୩୧ ଛୁଇଁଛି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ୧୬୩୫ ଛୁଇଁଛି। ରବିବାର ଗୋଟିଏ ଦିନରେ ୧୧୯୬ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ୩୩,୯୮୮ ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧.୩୧ ଲକ୍ଷ ଅତିକ୍ରମ କରିଛି।



from Odisha Reporter https://ift.tt/36wi5hc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages