କଣ୍ଟେନମେଣ୍ଟ ଜୋନ୍‌ ଉଠାଇବା ଦାବିରେ ପୁଲିସ୍‌ ସହ ଧସ୍ତାଧସ୍ତି, ଟେକା ପଥର ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 25, 2020

କଣ୍ଟେନମେଣ୍ଟ ଜୋନ୍‌ ଉଠାଇବା ଦାବିରେ ପୁଲିସ୍‌ ସହ ଧସ୍ତାଧସ୍ତି, ଟେକା ପଥର ମାଡ଼

ରାଉରକେଲା(ପବନ ତିୱାରୀ): କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର ଦାବିରେ ରାଉରକେଲାରେ ପୁଲିସ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ମହତାବ ରୋଡ଼ ଓ ଏହାର ଆଖପାଖ ଅଞ୍ଚଳବାସୀ ତାତିଥିବା ବେଳେ ମୁଖ୍ୟ ରାସ୍ତାକୁ ଆଜି ସକାଳେ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଥିବା ବେଳେ ପୁଲିସ୍‌ ଉପରକୁ ଟେକା, ପଥର ମାଡ଼ କରିବାକୁ ପଛାଇ ନାହାନ୍ତି।  ଏହି ଘଟଣାରେ ୧୫ରୁ ଅଧିକ ପୁଲିସ୍‌ କର୍ମୀ ଆହତ ହୋଇଥିବା ଜଣାଯାଇଛି।

ସୂଚନା ମୁତାବକ, କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସେ ତଳେ ରାଉରକେଲାର କେତେକ ଅଞ୍ଚଳକୁ ବଫର ଜୋନ୍ ଓ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଗତ ରାତିରେ ପାଓ୍ୱାର ହାଉସ ରୋଡ଼ ସ୍ଥିତ ମଙ୍ଗଳ ଭବନରୁ ଜନତା ନିବାସ ପର୍ଯ୍ୟନ୍ତ  ହୋଇଥିବା ବଫର ଜୋନକୁ ପ୍ରତ୍ୟାହାର କରାଯାଇଥିଲା।  ସେହିପରି ମଧୁସୂଦନ ମାର୍ଗରୁ ଆନନ୍ଦ ଭବନ ଲେନ୍ ପର୍ଯ୍ୟନ୍ତ ଅଞ୍ଚଳକୁ ମଧ୍ୟ ବଫର ଜୋନରୁ ବାଦ୍ ଦିଆଯାଇଥିଲା ।

ଏହାପରେ ନିଜ ଅଞ୍ଚଳରୁ ମଧ୍ୟ କଣ୍ଟେନମେଣ୍ଟ କଟକଣା ଉଠାଇ ଦେବାକୁ  ଜିଦ୍‌ ଧରି ବସିଥିଲେ ମହତାବ ରୋଡ଼ ଓ ସ୍ଥାନୀୟ ଅଞ୍ଚଳବାସୀ। ଏପରିକି ସେମାନେ ବିଭିନ୍ନ ସ୍ଥାନରେ ପୁଲିସ୍‌ ପକ୍ଷରୁ ପୋତା ଯାଇଥିବା ବାଉଁଶକୁ ବାହାର କରିଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ।

ଏହାପରେ ପ୍ଲାଣ୍ଟସାଇଟ୍ ଥାନା ଆଗରେ ରୁଣ୍ଡ ହୋଇ ବିକ୍ଷୋଭ କରିଥିଲେ । ଖବର ପାଇ ଡିଆଇଜି କବିତା ଜଲାନ, ଏସ୍‌ପି, ଡିଏସ୍‌ପି ପ୍ରମୁଖ ଫୋର୍ସ ସହ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ସଫଳ ହୋଇ ପାରୁ ନ ଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଅଧିକ ଫୋର୍ସ ମଗାଯାଇଥିବା ଜଣାଯାଇଛି।



from Odisha Reporter https://ift.tt/2TG4kqP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages