ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ଧ୍ୱଂସ ହୋଇଗଲା ୧୫୦୦ କୁଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 25, 2020

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ଧ୍ୱଂସ ହୋଇଗଲା ୧୫୦୦ କୁଡ଼ିଆ

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀର ତୁଘଲକବାଦସ୍ଥିତ ଏକ ବସ୍ତି ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ଅର୍ଥାତ ଗତକାଲି ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫୦୦ କୁଡ଼ିଆ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଅଗ୍ନିଶମ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ୧୨.୫୦ରେ ଅଗ୍ନିକାଣ୍ଡ ନେଇ ତାଙ୍କୁ ଫୋନ୍ ଆସିଥିଲା। ଏହାପରେ କାଳ ବିଳମ୍ବ ନ କରି ଅଗ୍ନିଶନ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍ତିର ଅଧିକାଂଶ ଲୋକ ଶୀଘ୍ର ଶୋଇପଡ଼ିଥିବା ବେଳେ ଠିକଣା ସମୟରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ବାସିନ୍ଦାଙ୍କୁ ସଫଳତାର ସହ ଉଦ୍ଧାର କରିଥିଲେ।

ନିଆଁ ଏତେ ଭୟଙ୍କର ଥିଲା ଯେ ବିଳମ୍ବିତ ରାତି ୩.୪୦ ବେଳକୁ ଅଗ୍ନିକୁ ଆୟତ୍ତ କରାଯାଇପାରିଥିଲା। ହେଲେ ୧୫୦୦ କୁଡ଼ିଆ ଅଗ୍ନିକାଣ୍ଡ ଯୋଗୁ ଧ୍ୱଂସ ହୋଇଯଇଥିବା ବେଳେ ସେଠାରେ ବାସ କରୁଥିବା ଶତାଧିକ ଲୋକ ବାସହରା ହୋଇଯାଇଛନ୍ତି। ବର୍ତ୍ତମାନ ସରକାର ଏନେଇ କ୍ଷୟକ୍ଷତିର ଆକଳନ କରୁଛନ୍ତି।

ସୂଚନା ଯେ, ରାତି ପ୍ରାୟ ୧ଟା ବେଳେ ତୁଘଲକାବାଦର ବସ୍ତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ପାଇଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଅନ୍ୟପଟେ ଅଧିକାଂଶ ଲୋକେ ନିଆଁ ଲାଗିବା ପରେ ନିଜ କୁ଼ଡ଼ିଆରୁ ବାହାରକୁ ବାହାରିଥିଲେ। ତେବେ ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରି ମୃତ୍ୟୁ ହୋଇ ନଥିବା ଜଣାପଡ଼ିଛି। ସେପଟେ ଅଗ୍ନି ନିର୍ବାପକ କାର‌୍ୟ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ବୋଲି ସୂଚନା ମିଳିଛି।



from Odisha Reporter https://ift.tt/3ekGwAU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages