ପୁଣି ଦେଶରେ ୫୬୦୯ ନୂଆ କରୋନା ପଜିଟିଭ, ମୃତ୍ୟୁସଂଖ୍ୟା ୩୪୩୫କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ପୁଣି ଦେଶରେ ୫୬୦୯ ନୂଆ କରୋନା ପଜିଟିଭ, ମୃତ୍ୟୁସଂଖ୍ୟା ୩୪୩୫କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ିଚାଲିଛି କରୋନା ମାମଲା। ଗତ ୨୪ ଘଣ୍ଟାରେ ପୁଣିଥରେ ୫,୬୦୯ ନୂଆ ମାମଲା ସାମ୍ନାକୁ ଆସିଥିଲା। ମଙ୍ଗଳବାର ଏହି ସଂଖ୍ୟା ୫୬୧୧ ଥିଲା। ନୂଆ ୫,୬୦୯ ପଜିଟିଭ ସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨,୩୫୯ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୩୨ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୪୩୫କୁ ବୃଦ୍ଧି ପାଇଛି। ତେବେ ଦେଶରେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ଆରୋଗ୍ୟ ହାର ୪୦%କୁ ବୃଦ୍ଧି ପାଇଛି। ଏଯାଏ ଦେଶରେ ୪୫,୩୦୦ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏହାର ଅର୍ଥ ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୬୩,୬୨୪ ଜଣ ଚିକିତ୍ସିତ ହେଉଛନ୍ତି।

କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଅଧିକ ଜଟିଳ ହୋଇଛି। ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ୨୨୫୦ ନୂଆ ରୋଗୀ ସାମ୍ନାକୁ ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯, ୨୯୭ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ ୬୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୩୯୦ ଛୁଇଁଛି। ତେବେ ୧୦,୩୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ଆରୋଗ୍ୟଙ୍କ ସଂଖ୍ୟା ୯୬୩୯ ଥିଲା। ଏବେ ବିଭିନ୍ନ ହସ୍ପିଟାଲରେ ୨୭,୫୮୧ ଜଣ ଚିକିତ୍ସିତ ହେଉଛନ୍ତି।

ଗୋଟିଏ ଦିନରେ ମୁମ୍ବାଇରେ ୧୩୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୧୧୮ ଓ ମୃତ୍ୟୁସଂଖ୍ୟା ୮୪୧ ରହିଛି।

ଧୀରେଧୀରେ କରୋନା ଯୋଗୁ ତାମିଲନାଡୁ ସ୍ଥିତି ମଧ୍ୟ ବେକାକୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୩ଟି କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୯୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୮୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ରାଜ୍ୟରେ କରୋନା ୩ ଜଣଙ୍କ ମୁଣ୍ଡ ନେଇଛି କରୋନା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଗୋଟିଏ ଦିନରେ ୯୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫,୮୮୨ରେ ପହଞ୍ଚି ଯାଇଛି। ଏବେ ବିଭିନ୍ନ ହସ୍ପିଟାଲରେ ୭,୨୧୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଗୁଜରାଟରେ ଗୋଟିଏ ଦିନରେ ପୁଣି ୩୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୩୭ରେ ପହଞ୍ଚି ଯାଇଛି। ଏଠାରେ ୭୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫,୨୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଦିଲ୍ଲୀରେ ୧୧୦୮୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୭୬ ଜଣଙ୍କ ମୃତ୍ୟୁ ଘଟିଛି ଓ ୫୧୯୨ ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୫୩, ଆସାମରେ ୪, ବିହାରରେ ୧୦, ଚଣ୍ଡିଗଡ଼ରେ ୩, ହରିଆଣାରେ ୧୪, ହିମାଚଳ ପ୍ରଦେଶରେ ୩, ଜମ୍ମୁ-କଶ୍ମୀରରେ ୧୮, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୪୧, କେରଳରେ ୪, ମଧ୍ୟପ୍ରଦେଶରେ ୨୬୭,ମେଘାଳୟରେ ୧, ଓଡ଼ିଶାରେ ୬, ପଞ୍ଜାବରେ ୩୮, ରାଜସ୍ଥାନରେ ୧୪୭, ତେଲେଙ୍ଗାନାରେ ୪୦, ଉତ୍ତରାଖଣ୍ଡରେ ୧, ଉତ୍ତର ପ୍ରଦେଶରେ ୧୨୭ ଓ ପଶ୍ଚିମବଙ୍ଗରେ ୨୫୩ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3g8x7Oi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages