ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ସ୍ନାନଯାତ୍ରାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ୧୦ଟି ନିଯୋଗକୁ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଯାଇଛି।
ପୂଜାପଣ୍ଡା, ମହାଜନ, ପୁଷ୍ପାଳକ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ଖୁଣ୍ଟିଆ, ମେକାପ, ପ୍ରତିହାରୀ ଏବଂ ସୁଆର ମହାସୁଆର ନିଯୋଗର କର୍ତ୍ତୃପକ୍ଷଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି। କିପରି ସୂଚାରୂ ରୂପେ ସ୍ନାନଯାତ୍ରା ସମ୍ପନ୍ନ ହେବ, ବିଧିବିଧାନ କିଭଳି ଭାବେ ପାଳନ କରାଯିବ ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ପୂର୍ବରୁ ଦଇତାପତିଙ୍କ ସହ ମଧ୍ୟ ଏ ଦିଗରେ ଆଲୋଚନା କରାଯାଇଥିଲା।
from Odisha Reporter https://ift.tt/3cRbjF0
No comments:
Post a Comment