ପୁଣି ଗ୍ୟାସ ଲିକ୍‌, ଲୋକଙ୍କୁ ଦୁଇ ଦିନ ଘରକୁ ଫେରିବା ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

ପୁଣି ଗ୍ୟାସ ଲିକ୍‌, ଲୋକଙ୍କୁ ଦୁଇ ଦିନ ଘରକୁ ଫେରିବା ମନା

ବିଶାଖାପଟନମ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ଥିବା ଏଲଜି ପଲିମରସ ପ୍ଲାଣ୍ଟରୁ ପୁଣିଥରେ ବିଷାକ୍ତ ଗ୍ୟାସ ଲିକ ହୋଇଛି। ଶୁକ୍ରବାର ବଳମ୍ବିତ ରାତିରେ ଉକ୍ତ ପ୍ଲାଣ୍ଟରୁ ଗ୍ୟାସ ଲିକ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହାର ୨୨ ଘଣ୍ଟା ପୂର୍ବରୁ ଏହି ପ୍ଲାଣ୍ଟରୁ ଗ୍ୟାସ ଲିକ୍‌ ହୋଇଥିଲା।

ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଗ୍ୟାସ ଲିକ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଏନଡିଆରଏଫ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଅଯାଇଥିଲା। ସେମାନେ ଘରକୁ ଫେରିବାକୁ ସଜବାଜ ହେଉଥିବା ବେଳେ ରାତିବେଳା ପୁଣିଥରେ ଗ୍ୟାସ ଲିକ ହୋଇଛି।

ସ୍ଥିତିକୁ ଦେଖି ଲୋକଙ୍କୁ ଦୁଇ ଦିନ ପାଇଁ ନିଜ ଘରକୁ ଫେରିବାକୁ ବାରଣ କରାଯାଇଛି। ଏବେ ପୁଣେର ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ଲିକ୍‌ କେମିତି ହେଲା ତା’ର ତଦନ୍ତ କରୁଛି। ବିଶାଖାପଟନମ ପୁଲିସ କମିଶନର ଆରକେ ମୀନା କହିଛନ୍ତି, ପ୍ଲାଣ୍ଟ ଠାରୁ ୨ କିମି ପରିଧି ବାହାରେ ରହୁଥିବା ଲୋକଙ୍କୁ ଉଦ୍ଧାର କରିବାର କୌଣସି ଆବଶ୍ୟକ ନାହିଁ। ତଥାପି ସେହି ସବୁ ଅଞ୍ଚଳରେ ରହୁଥିବା ଲୋକ ଘରେ ରୁହନ୍ତୁ। ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଶାଖାପଟନମ ଅଗ୍ନିଶମ ଅଧିକାରୀ ସୁରେନ୍ଦ୍ର ଆନନ୍ଦ କହିଛନ୍ତି, ଏବେ ବି ପ୍ଲାଣ୍ଟରୁ ଗ୍ୟାସ ଲିକ ହେଉଛି। ଏହା ସଂସ୍ପର୍ଶରେ ଆସି ଲୋକମାନେ ଅସୁସ୍ଥ ହେବାର ଆଶଙ୍କା ରହିଛି। ତେଣୁ ପ୍ଲାଣ୍ଟର ୫ କିମି ପରିଧି ମଧ୍ୟରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ଏପରି କି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବସର ବ୍ୟବସ୍ଥା ମଧ୍ୟ ହୋଇଛି।

ଏୟାର ଇଣ୍ଡିଆର କାରଗୋ ବିମାନ ପିଟିବିସି ଗୁଜରାଟରୁ ନେଇ ବିଶାଖାପଟନମରେ ପହଞ୍ଚିଛି। ଏହି ପିଟିବିସି ଦ୍ୱାରା ଗ୍ୟାସ ଲିକ୍‌କୁ ରୋକାଯିବ। ଷ୍ଟାଣ୍ଡବାଏରେ ଆମ୍ବୁଲାନ୍ସ ରହିବା ସହ ଅତିରିକ୍ତ ଅଗ୍ନିଶମ ଓ ଫୋମ ଗାଡ଼ିକୁ ମଧ୍ୟ ଗ୍ୟାସ ଲିକକୁ ପ୍ରତିହତ କରିବା ପାଇଁ ବ୍ୟବହାର କରାଯାଉଛି।



from Odisha Reporter https://ift.tt/3b9gf6l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages