ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ଥରେ ରାଜଧାନୀରେ ଗଡ଼ିବ ‘ମୋ ସାଇକେଲ୍’। ଲକ୍ଡାଉନ୍ ବେଳେ ଲୋକଙ୍କ ଅନୁରୋଧକୁ ରକ୍ଷା କରି କ୍ରୁଟ୍କୁ ‘ମୋ ସାଇକେଲ୍’ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସାଇକେଲ ବ୍ୟବହାର ଦ୍ୱାରା ସାମାଜିକ ଦୂରତା ରକ୍ଷା ହୋଇପାରିବ। ୩୦ ମିନିଟ୍ ପର୍ଯ୍ୟନ୍ତ ସାଇକେଲ୍ ଚଳାଇବା ମାଗଣା ରହିଛି।
ଜୁନ୍ ୩୦ ଯାଏ ରାଜଧାନୀବାସୀ ‘ମୋ ସାଇକେଲ୍’ରେ ଏହି ରିହାତି ପାଇପାରିବେ। ଗୋଟିଏ ଦିନରେ ଅନେକ ଥର ସାଇକେଲ୍ ଚଳାଇବାର ସୁବିଧା ମିଳିବ। କିନ୍ତୁ ଯେକୌଣସି ରାଇଡ୍ ସର୍ବାଧିକ ୩୦ ମିନିଟ୍ ଭିତରେ ହିଁ ରହିବ । ୩୦ ମିନିଟ୍ରୁ ଅଧିକ କୌଣସି ରାଇଡ୍ରେ ଗଲେ ଗ୍ରାହକଙ୍କୁ ଧାର୍ଯ୍ୟ ଭଡ଼ା ଦେବାକୁ ପଡ଼ିବ। କରୋନା ସଂକ୍ରମଣକୁ ନଜରରେ ରଖି ସାଇକେଲ୍କୁ ସାନିଟାଇଜ୍ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ସାଇକେଲ୍ ବ୍ୟବହାର ବେଳେ ମାସ୍କ ଏବଂ ଗ୍ଲୋଭ୍ସ ପିନ୍ଧିବା ଜରୁରୀ ରହିଛି ।
from Odisha Reporter https://ift.tt/2ZjSvdL
No comments:
Post a Comment