ନସିରୁଦ୍ଦିନଙ୍କୁ ନେଇ ଗୁଜବ, ପୁଅ ବିବାନ କହିଲେ- ସବୁ ମିଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ନସିରୁଦ୍ଦିନଙ୍କୁ ନେଇ ଗୁଜବ, ପୁଅ ବିବାନ କହିଲେ- ସବୁ ମିଛ

ମୁମ୍ବାଇ: ବଲିଉଡ୍ ଅଭିନେତା ନସିରୁଦ୍ଦିନ ଶାହଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ବୋଲି ଗତକାଲି ସନ୍ଧ୍ୟାରେ କିଛି ଗଣମାଧ୍ୟମରେ ଖବର ଆସିଥିଲା। ତେବେ ଏହା ଜାଣିବା ପରେ ତାଙ୍କ ପୁଅ ବିବାନ ସୋଶାଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ଯେ ଏହା ମିଛ ଖବର। ତାଙ୍କ ବାପା ପୂରାପୂରି ସୁସ୍ଥ ଅଛନ୍ତି। ସେ ଗତକାଲି ରାତି ୯.୨୧ରେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ।

ବିବାନ ଶାହ ଲେଖିଥିଲେ, ବାପା ଭଲ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ହେଉଥିବା ଗୁଜବ ମିଛ। ସେ ଭଲ ଅଛନ୍ତି ଓ ଇର୍‌ଫାନ୍ ଭାଇ ଏବଂ ଚିଣ୍ଟୁଜୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ସେ ସେମାନଙ୍କୁ ବହୁତ ମିସ୍ କରୁଛନ୍ତି। ସେମାନଙ୍କ ପରିବାରକୁ ଗଭୀର ସମବେଦନା। ସେମାନଙ୍କ ପାଇଁ ଆମ ହୃଦୟ କାନ୍ଦୁଛି। ଏହା ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ କ୍ଷତି।


ଏପରିକି ନସିରୁଦ୍ଦିନ ଶାହ ମଧ୍ୟ ଫେସ୍‌ବୁକ୍‌ରେ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୂଚନା ଦେଇଥିଲେ। ସେ ଲେଖିଥିଲେ,“ମୋ ସ୍ୱାସ୍ଥ୍ୟକୁ ନେଇ ଯେଉଁମାନେ ଚିନ୍ତିତ ହୋଇପଡ଼ିଥିଲେ, ସେମାନଙ୍କୁ ଧନ୍ୟବାଦ। ମୁଁ ଭଲ ଅଛି। ମୁଁ ଘରେ ଅଛି ଓ ଲକ୍‌ଡାଉନ୍‌କୁ ମାନୁଛି। ଦୟାକରି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।”

ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କର ବୁଧବାର ନିଧନ ହୋଇଥିବା ବେଳେ ଋଷି କପୁର ଗୁରୁବାର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଦୁହେଁ କ୍ୟାନ୍‌ସରରେ ପୀଡ଼ିଥିଲେ। ମଳଦ୍ୱାର ସଂକ୍ରମଣ ଯୋଗୁ ମଙ୍ଗଳବାର ଇର୍‌ଫାନ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବୁଧବାର ତାଙ୍କର ପରଲୋକ ଘଟିଥିଲା। ସେହିପରି ବୁଧବାର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯିବାରୁ ଋଷିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ଗୁରୁବାର ସକାଳେ ତାଙ୍କର ପରଲୋକ ହୋଇଥିଲା।



from Odisha Reporter https://ift.tt/2xo1M8S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages