ଆସିକା(ମନୋଜ ମୁନି): ଗୁଜରାଟର ସୁରତରୁ ଜାରି ରହିଛି ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା। ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ଗାଡ଼ିରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି ୧୦୮ ଜଣ । ଆଜି ଭୋର ପ୍ରାୟ ୪ଟା ବେଳେ ସେମାନେ ଆସିକାରେ ପହଞ୍ଚିଲେ। ଏହାପରେ ସମସ୍ତଙ୍କୁ ଡିଇପଲ ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଏହି ପ୍ରବାସୀ ଓଡ଼ିଆମାନେ ନିଜ ଖର୍ଚ୍ଚରେ ଜଣଙ୍କ ପିଛା ୪,୫୦୦ ଟଙ୍କା ଦେଇ ଘରକୁ ଫେରିଛନ୍ତି।
ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ସୁରତରୁ ୨୧୭ଜଣ ପ୍ରବାସୀ ଓଡ଼ିଆ ଏପ୍ରିଲ ୨୯ ତାରିଖ ବିଳମ୍ୱିତ ରାତିରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିଲେ। ସେମାନଙ୍କୁ ଧରାକୋଟ ଆଦର୍ଶ ବିଦ୍ୟାଳୟ ଓ ଶେରଗଡ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି।
from Odisha Reporter https://ift.tt/2Yif8i6
No comments:
Post a Comment