ମଦ ଦୋକାନ ବନ୍ଦ କର, ମୁଖ୍ୟମନ୍ତ୍ରୀଙ୍କୁ ଟଙ୍କା ପଠାଇଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ମଦ ଦୋକାନ ବନ୍ଦ କର, ମୁଖ୍ୟମନ୍ତ୍ରୀଙ୍କୁ ଟଙ୍କା ପଠାଇଲେ ମହିଳା

ବେଙ୍ଗାଲୁରୁ: କରୋନା ଲକଡାଉନ ଯୋଗୁ କେନ୍ଦ୍ର ସହ ରାଜ୍ୟଗୁଡ଼ିକର ରାଜସ୍ୱ ସଂଗ୍ରହରେ ଅହେତୁକ କ୍ଷତି ଘଟିଛି। ଏହାକୁ ପୂରଣ କରିବା ପାଇଁ କିଛି ରାଜ୍ୟ କରୋନା କଟକଣା ଭିତରେ ମଦ ଦୋକାନ ଖୋଲିବାକୁ ଅନୁମତି ମଧ୍ୟ ଦେଇଛନ୍ତି। ମଦ ଦୋକାନ ଖୋଲିବା ପରେ ପ୍ରବଳ ବେପାର ମଧ୍ୟ ହେଉଛି।

ହେଲେ ମଦ ଦୋକାନକୁ ବନ୍ଦ କରିବା ଦାବିରେ କର୍ଣ୍ଣାକଟାର ମହିଳାମାନେ ଅଭିନବ ପ୍ରତିବାଦ କରିଛନ୍ତି। ଆପଣ ଅନେକ ସମୟରେ ରାସ୍ତାରୋକ ଓ ମଦ ଭାଟି ଆଗରେ ମହିଳାଙ୍କ ଧାରଣା କଥା ଶୁଣିଥିବେ। କିନ୍ତୁ କର୍ଣ୍ଣାଟକାର ମହିଳାମାନେ ସରକାରଙ୍କ ପାଖକୁ ଟଙ୍କା ପଠାଇ ମଦ ଦୋକାନ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି।

ମେ’ ୧୮ ତାରିଖରୁ ୧୨ ହଜାରରୁ ଅଧିକ ମହିଳା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପାଙ୍କ ପାଖକୁ ୫ରୁ ୫୦ ଟଙ୍କା ଏମିତି ୧୨ ହଜାର ଟଙ୍କା ପଠାଇ ସାରିଲେଣି। ଆଗକୁ ମଧ୍ୟ ସେମାନେ ସରକାରଙ୍କୁ ଟଙ୍କା ପଠାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଟଙ୍କା ପଠାବାର କାରଣ ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ହୋଇଛି। କାରଣ ସରକାର ରାଜସ୍ୱ ସଂଗ୍ରହ ଟାର୍ଗେଟକୁ ପୂରଣ କରିବାକୁ ମଦ ଦୋକାନ ଖୋଲିଥିବା କହୁଛନ୍ତି। ହେଲେ ସରକାର ମଦ ଦୋକାନ ବନ୍ଦ କରନ୍ତୁ। କର୍ଣ୍ଣାଟକାର ମହିଳାମାନେ ରାଜସ୍ୱ ସଂଗ୍ରହରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ଜଣାଇବା ପାଇଁ ଟଙ୍କା ପଠାଇଥିବା କହିଛନ୍ତି।

ଲକଡାଉନ ଯୋଗୁ ସମସ୍ତଙ୍କର ଆୟ କମି ଯାଇଛି। ତଥାପି ସେମାନେ ସରକାରଙ୍କ ଆଗରେ ନିଜର ଦାବି ଉପସ୍ଥାପନ କରିବାକୁ ସ୍ୱଳ୍ପ ପରିମାଣର ହେଉ ପଛେ ଟଙ୍କା ପଠାଇଛନ୍ତି।

ବାଗାଲକୋଟ, ରଇଚୁର,ମହୀଶୂର,ବଲ୍ଲାରୀ, ୟାଦଗିର ଓ ବିଦାର ଭଳି ଗାଁର ଶତାଧିକ ମହିଳା ସରକାରଙ୍କୁ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିବା ସହ ଟଙ୍କା ପଠାଇଛନ୍ତି। ଏହି ମହିଳାମାନେ ମଦ ନିଷେଦ୍ଧ ଆନ୍ଦୋଳନ ଜରିଆରେ ପ୍ରତି ସୋମବାର ସରକାରଙ୍କ ପାଖକୁ ଟଙ୍କା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ସକ୍ଷମ ଅନୁସାରେ ମହିଳାମାନେ ନିଜ ଇଚ୍ଛାରେ ସରକାରଙ୍କୁ ଟଙ୍କା ପଠାଇବେ।

ମଦ ନିଷେଦ୍ଧ ଆନ୍ଦୋଳନର ସ୍ୱର୍ଣ୍ଣ ଭଟ କହିଛନ୍ତି, ଯଦି ସରକାର ରାଜସ୍ୱ ସଂଗ୍ରହ ପାଇଁ ଏପରି କରୁଥିବା କହିଛନ୍ତି, ତା’ହେଲେ ମହିଳାମାନେ ଏଥିରେ ସହଯୋଗ କରିବାକୁ କିଛି ବି କରିପାରିବେ। ସରକାରଙ୍କୁ ଟଙ୍କା ଦରକାର। ତେଣୁ ଆମେ ଟଙ୍କା ପଠାଉଛୁ। ଏବେ ସରକାର ମଦ ବିକ୍ରି ବନ୍ଦ କରନ୍ତୁ। ଲକଡାଉନ ସମୟରେ ଅନେକ ପରିବାର ବେଶ ଶାନ୍ତିରେ ରହୁଥିଲେ। କାରଣ ସେତେବେଳେ ମଦ ମିଳୁ ନଥିଲା। କିନ୍ତୁ ଏବେ ପୁଣିଥରେ ଅନେକ ପରିବାରରେ ଝଡ଼ ଦେଖିବାକୁ ମିଳିଲାଣି।”

ବାଗାଲକୋଟର ୩୯ ବର୍ଷୀୟ ସାଇରା ବାନୁ କହିଛନ୍ତି, ରାଜସ୍ୱ ପାଇଁ ସରକାର ଲୋକଙ୍କ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ମଦ ଅନେକଙ୍କ ଜୀବନକୁ ମୋ ଆଖି ଆଗରେ ଉଜାଡ଼ି ଦେଇଛି। ମଦ ଦୋକାନ ବନ୍ଦ ଥିବା ବେଳେ ସବୁ କିଛି ଠିକଠାକ ଚାଲିଥିଲା।

ଘରେ କମ ଝଗଡ଼ା ହେଉଥିଲା। ଏବେ ଯୁବକମାନେ ମଦ ପିଇ ଘରକୁ ଆସୁଛନ୍ତି। ସବୁଆଡ଼େ ମହିଳାମାନେ ହିଁ ସେମାନଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ଲକଡାଉନ ବେଳେ ରୋଜଗାର ନାହିଁ। ତଥାପି ଆମେ ଆୟ କରିଥିବା ଅର୍ଥରୁ ସରକାରଙ୍କୁ କିଛି ପରିମାଣର ଦେଇ ଏହି ପ୍ରସଙ୍ଗକୁ ଉଠାଇବାକୁ ଚାହୁଁଛୁ।



from Odisha Reporter https://ift.tt/2yFAefM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages