ମରିନି ମଣିଷପଣିଆ, ଅସହାୟଙ୍କ ଶବକୁ କାନ୍ଧ ଦେଲେ ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ମରିନି ମଣିଷପଣିଆ, ଅସହାୟଙ୍କ ଶବକୁ କାନ୍ଧ ଦେଲେ ଗ୍ରାମବାସୀ

ଅନୁଗୋଳ(ବିରଜା ଦାସ): କରୋନା ଭୟରେ ମରିଯାଉଛି ମଣିଷପଣିଆ। ଏପରିକି ନିଜ ଆତ୍ମୀୟସ୍ୱଜନଙ୍କୁ ଭରସା କରିପାରୁ ନାହିଁ ମଣିଷ। ପୁଅ ଆଖି ପାଉ ନ ଥିବା ରାସ୍ତା ଅତିକ୍ରମ କରି ଆସିବା ପରେ ମଧ୍ୟ ମା’ ତାକୁ ଆପଣେଇ ନେବା ପରିବର୍ତ୍ତେ ଘର କବାଟ ଖୋଲିବାକୁ ଡରୁଛି। ଦାଦନ ଖଟି ବାହାର ରାଜ୍ୟରୁ ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ନିଜ ଘରେ ଏପରିକି ଗାଁରେ ମଧ୍ୟ ପ୍ରବେଶ ଅନୁମତି ମିଳୁ ନାହିଁ।

ଏପରିସ୍ଥିତିରେ ଏବେ ବି ବଞ୍ଚିଛି ମଣିଷପଣିଆ। ଜଣେ ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଚାରି କାନ୍ଧ ଦେଇ ତାଙ୍କ ସଂସ୍କାର କରିଛନ୍ତି ଗ୍ରାମବାସୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖେମଳା ଗାଁରେ।

ଖେମଳା ଗାଁର ପୋଲସ୍ତି ଦେହୁରୀ ଜଣେ ନିରାଶ୍ରୟ ବ୍ୟକ୍ତି।  ପରିବାର କହିଲେ ଆଗକୁ ପଛକୁ କେହି ନାହାନ୍ତି।  ବାପା, ମା କେବେଠୁ ଆର ପାରିକି ଗଲେଣି । ସେ ଗାଁରେ ମୁଲ ମଜୁରୀ କରି ଚଳୁଥିବା ବେଳେ ୧୦ ବର୍ଷ ତଳୁ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ । ତେବେ ଏକ କରୋନା ଯୋଗୁ ଲୋକେ ଘରୁ ବାହାରୁ  ନ ଥିବା ବେଳେ ପୋଲସ୍ତିଙ୍କ  ମୃତ୍ୟୁ ପରେ ଶବ ଉଠାଇବା ପାଇଁ ଆତ୍ମୀୟ ପରିଜନ କାହାରି ଦେଖା ନ ଥିଲା। ଶେଷଣେ ଗାଁ ର ଯୁବ ଗୋଷ୍ଠୀ ଏକାଠି ହୋଇ ଶବ ସତ୍କାର କରିବା ପାଇଁ ଆଗେଇ ଆସିଥିଲେ । ଚାନ୍ଦା ସଂଗ୍ରହ କରି ଅନ୍ତ୍ୟେଷ୍ଟି କ୍ରିୟା ଶେଷ କରି ସେମାନେ ଅନ୍ୟମାନଙ୍କ ପାଇଁ ଉଦାହାରଣ ପାଲଥିଲେ।



from Odisha Reporter https://ift.tt/3cDYayR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages