ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପଠୁ ଦକ୍ଷିଣରେ ୯୯୦ କିମି ଦୂରରେ ଥିବା ବାତ୍ୟା ‘ଅମ୍ଫାନ’ ୨୦ ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ ପରେ ଭୟଙ୍କର ରୂପ ନେବ। ୧୮ ତାରିଖ ରାତିରୁ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ଫଳରେ ବର୍ଷା ଓ ପବନର ବେଗ ବଢ଼ିବ। ହେଲେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି SRC ପ୍ରଦୀପ ଜେନା।
ସେ ଆହୁରି କହିଛନ୍ତି, ‘ଅମ୍ଫାନ’ ପ୍ରଭାବରେ ୧୮ ତାରିଖ ରାତିରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ୧୯ ତାରିଖ ଅପରାହ୍ନରୁ ଉତ୍ତରପୂର୍ବ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ସମୟରେ ଉତ୍ତର ଉପକୂଳରେ ୭୫ରୁ ୮୫ କି.ମି. ବେଗରେ ପବନ ବହିବ।
ସମ୍ଭାବ୍ୟ ବାତ୍ୟା ନେଇ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଥିବା କହିଛନ୍ତି SRC। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ଏହାର ପ୍ରଭାବ ରହିବ। ଅଧିକ ତଥ୍ୟ ଆସିଲେ ଉଦ୍ଧାର ଲାଗି ବ୍ୟବସ୍ଥା କରାଯିବ। ଉଦ୍ଧାର ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଆବଶ୍ୟକ ପଡ଼େ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ବାତ୍ୟା ‘ଅମ୍ଫାନ’ ପଶ୍ଚିମବଙ୍ଗ ଓ ବାଂଲାଦେଶର ସାଗର ଓ ହାଟିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଶେଷ ୬ ଘଣ୍ଟାରେ ଏହା ୩ କିମି ବେଗରେ ଗତି କରୁଛି । ୨୦ ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ ପରେ ଏହା ଭୟଙ୍କର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି।
from Odisha Reporter https://ift.tt/2TdWSTx
No comments:
Post a Comment