କୋଟାରୁ ଆସି ରାଉରକେଲା ପହଞ୍ଚିଲେ ୫୦ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

କୋଟାରୁ ଆସି ରାଉରକେଲା ପହଞ୍ଚିଲେ ୫୦ ଛାତ୍ରଛାତ୍ରୀ

ରାଉରକେଲା(ପବନ ତିୱାରୀ): ରାଜସ୍ଥାନ କୋଟାରେ ଅଟକି ଥିବା କିଛି ଛାତ୍ରଛାତ୍ରୀ ଦୀର୍ଘ ୪୨ ଘଣ୍ଟାର ଯାତ୍ରା ଅତିକ୍ରମ କରି ଆଜି ସକାଳେ ରାଉରକେଲାରେ ପହଞ୍ଚିଛନ୍ତି। ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ୪ଟି ବସ୍‌ରୁ ୨ଟି ପହଞ୍ଚିଛି। ଏହି ଦୁଇଟି ବସ୍‌ରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଆସିଥିବା ଜଣାପଡ଼ିଛି। ତେବେ ଆଉ ଦୁଇଟି ବସ୍‌ କିଛି ସମୟ ପରେ ପହଞ୍ଚିବ ବୋଲି ଜଣାପଡ଼ିଛି।

ରାଉରକେଲାରେ ପହଞ୍ଚିଥିବା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ତେବେ ଛାତ୍ରଛାତ୍ରୀଙ୍କ କରୋନା ଲକ୍ଷଣ ନଥିଲେ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବେ। ଯଦି ଲକ୍ଷଣ ଥିବ କୋଭିଡ୍‌ ହସ୍ପିଟାଲକୁ ନିଆଯିବ।

ତେବେ ଗତକାଲି କୋଟାରୁ ଆଉ ୨ଟି ବସ୍‌ରେ ୫୪ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଧରି ରାଉରକେଲା ଆସୁଥିବା ଜଣାପଡ଼ିଛି। ରାଉରକେଲାର ଏହି ୧୧୪ ଜଣ ଛାତ୍ରଛାତ୍ରୀ ମେଡିକାଲ୍ କୋଚିଂ ନେବାକୁ କୋଟା ଯାଇଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ସେମାନେ କୋଟାରେ ଅଟକି ରହିଥିଲେ।

ସୂଚନାଯୋଗ୍ୟ, ଏପ୍ରିଲ୍ ୩୦ ତାରିଖ ଦିନ ୪ଟି ବସ୍‌ରେ ଛାତ୍ରଛାତ୍ରୀମାନେ କୋଟାରୁ ରାଉରକେଲା ଅଭିମୁଖେ ବାହାରିଥିଲେ। ଛାତ୍ରଛାତ୍ରୀମାନେ ଜଣ ପିଛା ୪ ହଜାର ଟଙ୍କା ଲେଖା ଦେଇ ନିଜ ଖର୍ଚ୍ଚରେ ଆସିଛନ୍ତି। ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ  କେତେକ ଅଭିଭାବକ ଏଡିଏମ୍‌ ଅବୋଲି ସୁନୀଲ ନର୍ବାନେଙ୍କୁ ଭେଟି ଅନୁରୋଧ କରିଥିଲେ।



from Odisha Reporter https://ift.tt/35pQpKo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages