ଚୀନକୁ କାଉଣ୍ଟର କରିବାକୁ ପ୍ରସ୍ତୁତି, ମୋଦିଙ୍କୁ ବ୍ଲୁ ପ୍ରିଣ୍ଟ ଦେଲେ ତିନି ସେନା ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

ଚୀନକୁ କାଉଣ୍ଟର କରିବାକୁ ପ୍ରସ୍ତୁତି, ମୋଦିଙ୍କୁ ବ୍ଲୁ ପ୍ରିଣ୍ଟ ଦେଲେ ତିନି ସେନା ମୁଖ୍ୟ

ନୂଆଦିଲ୍ଲୀ: ଲଦାଖରେ ଚୀନ୍ ସହିତ ବଢ଼ୁଛି ତିକ୍ତତା। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ତିନି ସେନାର ମୁଖ୍ୟଙ୍କ ସହିତ ବୈଠକ କରିଛନ୍ତି। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ସିଡିଏସ୍ ଜେନେରାଲ ବିପିନ୍ ରାଓ୍ୱାତ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ସୀମାରେ ବର୍ତ୍ତମାନର ସ୍ଥିତି ଏବଂ ସେନାଙ୍କ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି।

ଭାରତ ସହିତ ସୀମା ବିବାଦ ଆରମ୍ଭ ହେବା ପରେ ଚୀନ୍ ସୀମାରେ ସେନା ଠୁଳ କରିବା ଆରମ୍ଭ କରିଦେଇଛି। ଏଥିସହିତ ଲଢ଼ୁଆ ବିମାନ ଜେ-୧୧ ଏବଂ ଜେ ୧୬ଏସ ମଧ୍ୟ ଆକାଶ ମାର୍ଗରେ ଉଡ଼ାଉଥିବା ସୂଚନା ରହିଛି। ଏସବୁକୁ ନଜରରେ ରଖି ଚୀନକୁ କାଉଣ୍ଟର କରିବା ପାଇଁ ସିଡିଏସ ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ସେନାର ରଣନୀତି ବାବଦରେ କହିଥିବା ସୂଚନା ରହିଛି। ତିନି ସେନାର ମୁଖ୍ୟ ହେଉଛନ୍ତି ସିଡିଏସ ଜେନେରାଲ ବିପିନ ରାଓ୍ୱତ୍।

ସୂଚନାଯୋଗ୍ୟ, ପୂର୍ବ ଲଦାଖରେ ଭାରତ ଏବେ ରାସ୍ତା ତିଆରି କରୁଛି। ଏଥିସହ ସେନା ମଧ୍ୟ ମୁତୟନ ରଖିଛି। ଏହାକୁ ହଜମ କରି ପାରୁ ନାହିଁ ଚୀନ୍। ଏହି ଅଞ୍ଚଳରେ ଭାରତ ନିର୍ମାଣ କାମ ରୋକିବା ଦରକାର ବୋଲି ଚୀନ୍ ଚାହୁଁଛି। ଭାରତ କିନ୍ତୁ କୌଣସି ପରିସ୍ଥିତିରେ ନିର୍ମାଣ ରୋକିବାକୁ ଚାହୁଁନି। ଯଦି ଚୀନ୍ ଅଧିକ କିଛି କରିବାକୁ ଚିନ୍ତା କରିବ ତା’ହେଲେ ଭାରତ ମଧ୍ୟ କଡ଼ା ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ରହିଛି।

ନିକଟରେ ଲଦାଖ ସୀମାରେ ଚୀନ୍ ଏବଂ ପାକିସ୍ତାନର ସେନା ଶାହିନ୍ ନାମରେ ଏକ ଯୁଦ୍ଧ ଅଭ୍ୟାସ କରୁଥିଲେ। ଏହାପରେ ଦୈଲତ ବେଦ ଔଲ୍ଡି, ଗଲଓ୍ୱାନ ନାଲା ଏବଂ ପ୍ୟୋଙ୍ଗୟଙ୍ଗ ହ୍ରଦରେ ୫୦୦୦ରୁ ଅଧିକ ସେନା ମୁତୟନ କରିଛି ଚୀନ୍। ଭାରତ ମଧ୍ୟ ଚୀନର ଏଭଳି ସେନା ମୁତୟନକୁ ନଜରରେ ରଖି ସେନା ଠୁଳ କରିଛି। ଏହା ପୂର୍ବରୁ ମେ’ ୬ ଏବଂ ୭ରେ ପ୍ୟୋଙ୍ଗୟଙ୍ଗ ହ୍ରଦ ନିକଟରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହାତାହାତି ହୋଇଥିବା ସୂଚନା ରହିଛି। ଏହାପରେ ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି।



from Odisha Reporter https://ift.tt/2X4Sd95

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages