ରେଢ଼ାଖୋଲ (ଓଡ଼ିଶା ରିପୋର୍ଟର): ବଜ୍ରକାପ୍ତା ଚୋରାଚାଲାଣର ଅଭିନବ ଉପାୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ। ବନ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେବା ପାଇଁ ନଦୀ ବାଲି ଭିତରେ ମାଠିଆରେ ଲୁଚାଇ ରଖାଯାଉଛି ବଜ୍ରକାପ୍ତା କାତି। ଏହାପରେ ସୁବିଧା ଦେଖି ଏହାର ଚୋରାଚାଲାଣ ହେଉଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏପରି ଏକ ରାକେଟକୁ କାବୁ କରିଛି ରେଢ଼ାଖୋଲ ବନ ବିଭାଗ ଟିମ୍।
ଧରା ପଡ଼ିଥିବା ଲୋକଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ଅଛନ୍ତି। ତାଙ୍କ ସହିତ ୭ ଜଣ ଶିକାରୀ ଓ ଜଣେ ବ୍ୟବସାୟୀ ଧରାପଡ଼ିଛନ୍ତି। ସମସ୍ତେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ୨ କିଲୋ ୬ ଶହ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ କରାଯାଇଛି।
ଏହି ଅଭିଯୁକ୍ତମାନେ ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଟିକିରା ନଦୀର ବାଲି ଭିତରେ ଏକ ମାଠିଆରେ କାତିକୁ ଲୁଚାଇ ରଖିଥିଲେ। ଖବର ପାଇ ବନବିଭାଗ ଚଢ଼ାଉ କରି ମାଠିଆକୁ ଜବତ କରିଥିଲା।
from Odisha Reporter https://ift.tt/3d4eFo8
No comments:
Post a Comment