ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିଲେ, ଏବେ ସ୍ୱଦେଶ ଆସିବେ ୧୬୧ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିଲେ, ଏବେ ସ୍ୱଦେଶ ଆସିବେ ୧୬୧ ଭାରତୀୟ

ୱାଶିଂଟନ: ବେଆଇନ ଭାବେ ପ୍ରବେଶ କରିଥିବା ୧୬୧ ଭାରତୀୟଙ୍କୁ ସ୍ୱଦେଶ ପ୍ରତ୍ୟର୍ପଣ କରିବା ପାଇଁ ଆମେରିକା ପ୍ରକ୍ରିୟା ଆରମ୍ଭ କରିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ମେକ୍ସିକୋ ଦେଇ ଆମେରିକାରେ ପ୍ରବେଶ କରିଥିଲେ ଓ ସେମାନେ ସେଠାରେ ସମସ୍ତ ପ୍ରକାରର ଆଇନଗତ ଅଧିକାର ବ୍ୟବହାର କରି ନିରାଶ ହୋଇସାରିଛନ୍ତି।

ଆମେରିକା ସରକାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସମସ୍ତଙ୍କୁ ପଞ୍ଜାବର ଅମୃତସର ପଠାଇବେ। ଆମେରିକାରୁ ଆସିବାକୁ ଥିବା ଭାରତୀୟଙ୍କ ମଧ୍ୟରେ ୭୬ ଜଣ ହରିଆଣାର, ୫୬ ଜଣ ପଞ୍ଜାବ, ୧୨ ଜଣ ଗୁଜରାଟର, ଉତ୍ତର ପ୍ରଦେଶର ୫ ଜଣ, ମହାରାଷ୍ଟ୍ରର ୪ ଜଣ, ତାମିଲନାଡୁ, କେରଳ ଓ ତେଲେଙ୍ଗାର ୨ ଜଣ ଲେଖାଏ, ଆନ୍ଧ୍ର ପ୍ରଦେଶ ଓ ଗୋଆର ଜଣେ ଲେଖାଏ ବ୍ୟକ୍ତି ରହିଛନ୍ତି।

ନର୍ଥ ଆମେରିକାନ ପଞ୍ଜାବୀ ଆସୋସିଏସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତନମ ସିଂହ ଚହଲ କହିଛନ୍ତି, “ଭାରତୀୟ ଭାଷା କହୁଥିବା ପ୍ରାୟ ୧୭୩୯ ଜଣ ଆମେରିକାର ୯୫ଟି ଜେଲରେ ରହିଛନ୍ତି। ଏମାନଙ୍କୁ ମଧ୍ୟରୁ ୧୬୧ ଜଣଙ୍କର ସମସ୍ତ ପ୍ରକାରର ଆଇନଗତ ଅଧିକାର ଶେଷ ହୋଇଯାଇଥିବାରୁ ସେମାନଙ୍କୁ ସ୍ୱଦେଶ ପଠାଯିବାର ବ୍ୟବସ୍ଥା ହୋଇଛି।

ଏହି ବ୍ୟକ୍ତିମାନେ ବେଆଇନ ଭାବେ ଆମେରିକାରେ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗିରଫ ହୋଇଥିଲେ। ୨୦୧୮ରେ ଆମେରିକା ୬୧୧ ଓ ୨୦୧୯ରେ ୧୬୧୬ ଜଣଙ୍କୁ ଆମେରିକା ଭାରତକୁ ପ୍ରତ୍ୟର୍ପଣ କରିଥିଲା। ଏବେ ପ୍ରତ୍ୟର୍ପଣ ହେବାକୁ ଥିବା ୧୬୧ ଜଣଙ୍କ ଭାରତୀୟଙ୍କ ମଧ୍ୟରେ ଜଣେ ୧୯ ବର୍ଷୀୟ ହରିଆଣା ଯୁବକ ରହିଛନ୍ତି।”



from Odisha Reporter https://ift.tt/2AvnclB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages