ସୁନ୍ଦରଗଡ଼(ବିଜୟ ବରୁଆ): “ଆମ ରାଜ୍ୟରେ କୌଣସି ଶ୍ରମିକଙ୍କୁ ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ ” । ଦାଦନ ଶ୍ରମିକ ଚାଲି ଚାଲି ଯାଉଥିବା ପରି ହୃଦୟଥରା ଚିତ୍ର ସାମନାକୁ ଆସିବା ପରେ ଗତକାଲି ଏପରି କହିଥିଲେ ପୁଲିସ ଡିଜି ଅଭୟ । ହେଲେ ଏହାର ଦିନକ ପରେ ସୁନ୍ଦରଗଡ଼ରୁ ଆସିଛି ଏଭଳି ଏକ ଅଭାବନୀୟ ଚିତ୍ର। ରାସ୍ତାରେ ଶହ ଶହ କିଲୋମିଟର ଚାଲି ଚାଲି ନିଜ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଟେନସାର ପ୍ରାୟ ୧୫ ଜଣ ଶ୍ରମିକ ବିଶାଖାପାଟଣାକୁ କାମ କରିବାକୁ ଯାଇଥିଲେ। ଲକ୍ଡାଉନ୍ ଯୋଗୁ ସେଠାରେ ସେମାନେ ଫସି ରହିଥିଲେ। ହେଲେ ଏବେ ସେମାନେ ନିଜ ଖର୍ଚ୍ଚରେ ଏକ ବସ୍ ଭଡ଼ା କରି ଗାଁକୁ ବାହାରିଥିଲେ। ହେଲେ ବସ୍ ଡ୍ରାଇଭର ସେମାନଙ୍କୁ କୋଇଡାରେ ଛାଡ଼ିବା ପରିବର୍ତ୍ତେ ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟ ନିକଟରେ ଛାଡ଼ି ପଳାଇଥିଲା। ତେବେ ସୁନ୍ଦରଗଡ଼ ସହରରୁ ଟେନ୍ସା ଗାଁ ୨୨୦ କିଲୋମିଟର ହୋଇଥିବାରୁ କ’ଣ କରିବେ କାହାକୁ କହିବେ କିଛି ଚିନ୍ତା କରି ପାରି ନଥିଲେ। ସରକାରଙ୍କ ଉପରେ ଭରସା ଆସୁ ନ ଥିବା ବେଳେ ନିଜ ପାଦ ଭରସାରେ ଗାଁ ଅଭିମୁଖେ ଆଗେଇ ଚାଲିଲେ ଏହି ପ୍ରବାସୀ ଶ୍ରମିକ।
from Odisha Reporter https://ift.tt/2Zh9Io9
No comments:
Post a Comment