କ୍ୱାରେଣ୍ଟାଇନ୍‌ ସେଣ୍ଟର ବାହାରୁ ମିଳିଲା ପ୍ରବାସୀଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

କ୍ୱାରେଣ୍ଟାଇନ୍‌ ସେଣ୍ଟର ବାହାରୁ ମିଳିଲା ପ୍ରବାସୀଙ୍କ ମୃତଦେହ

ନରସିଂହପୁର(ଦିଲ୍ଲୀପ ପଣ୍ଡା): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ  କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟର ପାଚେରୀ ବାହାରୁ ଆଜି ଭୋରରୁ ଜଣେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍‌ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ମୃତ ପ୍ରବାସୀଜଣକ ଗତ ୨୬ ତାରିଖରେ ମୁମ୍ବାଇରୁ ଆସିଥିବା ବେଳେ କୃଷ୍ଣଚନ୍ଦ୍ରପୁରସ୍ଥିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ତେବେ ଗତକାଲି ରାତିରେ ସେ ଖିଆପିଆ  କରି ଶୋଇଥିବା ତାଙ୍କ ସାଥୀମାନେ କହିଛନ୍ତି। କିନ୍ତୁ ଆଜି ସକାଳୁ ସେଣ୍ଟରର ପାଚେରୀ ବାହାରେ ଏକ ବିଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏ ସମ୍ପର୍କରେ ନରସିଂହପୁର ତହସିଲଦାର କହିଛନ୍ତି, ଉକ୍ତ ବ୍ୟକ୍ତିଙ୍କର ପୂର୍ବରୁ ମଧୁମେହ ଓ ହାର୍ଟ ସମସ୍ୟା ଥିବା ଜଣାଯାଇଛି । ତେଣୁ କ’ଣ ପାଇଁ ମୃତ୍ୟୁ ହୋଇଛି ସେ ସମ୍ପର୍କରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

ତେବେ ସେ ବାହାରକୁ କ’ଣ ପାଇଁ  ଓ କିପରି ଯାଇଥିଲେ, ଏଥିପାଇଁ କିଏ ଅନୁମତି ଦେଲା ସେ ନେଇ ପୁଲିସ୍‌ ଖୋଳତାଡ଼ ଜାରି ରଖିଛି।



from Odisha Reporter https://ift.tt/2zDEhKh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages