କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଜଳୁଛି ଆମେରିକା; ହ୍ୱାଇଟହାଉସ ସମ୍ମୁଖରେ ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଜଳୁଛି ଆମେରିକା; ହ୍ୱାଇଟହାଉସ ସମ୍ମୁଖରେ ବିକ୍ଷୋଭ

ୱାଶିଂଟନ: ଆମେରିକା ମିନେପୋଲିସ ସହରରେ ପୁଲିସ୍‌ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ପରେ ସାରା ଦେଶରେ ପ୍ରତିବାଦର ନିଆଁ ଜଳିବାକୁ ଲାଗିଛି।  ଜର୍ଜ ଫ୍ଲଏଡ ନାମକ କୃଷ୍ଣକାୟ ବ୍ୟକ୍ତିଙ୍କୁ ଜଣେ ପୁଲିସ୍‌ ଅଧିକାରୀ ଆଣ୍ଠୁରେ ଚାପି ରଖି ମାରିଦେବାର ଭିଡିଓ ଭାଇରାଲ ହେବା ପରେ ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିବାରେ ଲାଗିଛି।

ହଜାର ହଜାର ସଂଖ୍ୟାରେ ପ୍ରତିବାଦକାରୀମାନେ ହ୍ୱାଇଟହାଉସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି । ଏହାକୁ ନେଇ ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ  ମୁହାଁମୁହିଁ  ପରିସ୍ଥିତି ସୃଷ୍ଟି ହୋଇଛି।  ଏହି ନିଆଁ ଏବେ ସମଗ୍ର ଆମେରିକାକୁ ବ୍ୟାପିବାରେ ଲାଗିଛି।

ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ୱାଶିଂଟନ୍ ଡିସି ସହ ୪୦ଟି ସହରରେ କର୍ଫ୍ୟୁ ଜାରି କରାଯାଇଛି । ବୋଷ୍ଟନ, ଲସ ଆଞ୍ଜେଲସ, ଚିକାଗୋ, ଆଟଲାଣ୍ଟା, ନ୍ୟୁୟର୍କ, ସିଆଟଲ ସହ ଅନେକ ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଆନ୍ଦୋଳନକାରୀଙ୍କ ଟେକା ମାଡ଼ରେ ବହୁ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।  ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିବା ଜଣାଯାଇଛି ।

ଗତ ସୋମବାର ମିନେପୋଲିସରେ ପୁଲିସ୍‌ ହାଜତରେ ଜର୍ଜ ଫ୍ଲଏଡ ନାମକ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଜର୍ଜଙ୍କ ଗଳାକୁ ଚାପି ପୁଲିସ୍‌ କର୍ମଚାରୀଜଣଙ୍କ ଦୀର୍ଘ ସମୟ ଧରି ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିନ୍ତୁ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ଥାନୀୟ ଲୋକ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି।

ଗୋଟିଏ ପଟେ କରୋନା ଯୋଗୁ ଆମେରିକାରେ ପରିସ୍ଥିତି ଅଣାୟତ ହୋଇ ପଡ଼ୁଥିବା ବେଳେ ଏବେ ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇବା ଦ୍ୱାରା ପ୍ରଶାସନର ମୁଣ୍ଡ ବିନ୍ଧା ବଢ଼ିବାରେ ଲାଗିଛି।



from Odisha Reporter https://ift.tt/2zNE1bz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages