ପାରଦ ବଢ଼ିବ, ଅସହ୍ୟ ହେବ ଗୁଳୁଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ପାରଦ ବଢ଼ିବ, ଅସହ୍ୟ ହେବ ଗୁଳୁଗୁଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ୩ ଦିନରେ ପାଗ ଶୁଖିଲା ରହିବ ଓ ତାତି ବଢ଼ିବ। ତା’ସହିତ ଅସହ୍ୟ ଗୁଳୁଗୁଳି ମଧ୍ୟ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାୟୁମଣ୍ଡଳରେ ଆର୍ଦ୍ରତା ବଢୁଥିବାରୁ ଆଗାମୀ ୩ ଦିନ ଯାଏଁ ଗୁଳୁଗୁଳି ହେବ। ସେହିପରି ବିଭିନ୍ନ ଜିଲ୍ଲାରେ ପାରଦ ୪୦ଂ ଉପରେ ରହିବ। ବଲାଙ୍ଗିର, ଟିଟିଲାଗଡ଼, ସୋନପୁର, ଝାରସୁଗୁଡ଼ା, ଅନୁଗୋଳ, ବରଗଡ଼, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ପାରଦ ୪୦ଂ ପାର ହେବ।

ସୂଚନାଯୋଗ୍ୟ, ବାତ୍ୟା ‘ଅମ୍ଫାନ’ ଗଲା ପରେ ରାଜ୍ୟରେ ହଠାତ୍ ବଢ଼ିଛି ତାତି। ଗତକାଲି ୪୧ ଡିଗ୍ରୀ ଉପରେ ଥିଲା ରାଜ୍ୟର ୧୨ଟି ସହର। ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡ଼ରେ ପାରଦ ୪୫ ଡିଗ୍ରୀ ଟପିଛି। ଟିଟିଲାଗଡ଼ରେ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ଥିବା ବେଳେ, ଭବାନୀପାଟଣାରେ ୪୪.୫, ବଲାଙ୍ଗିରରେ ୪୪, ତାଳଚେରରେ ୪୩.୧, ମାଲକାନଗିରିରେ ୪୩, ବୌଦ୍ଧରେ ୪୨.୭, ହୀରାକୁଦରେ ୪୨.୩, ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୨.୨, ସୋନପୁରରେ ୪୧.୮ ଏବଂ ପାରଳାଖେମୁଣ୍ଡି ଓ ଫୁଲବାଣୀରେ ତାପମାତ୍ରା ଥିଲା ୪୧ ଡିଗ୍ରୀ ସେଲସିୟସ୍ ରହିଥିଲା।



from Odisha Reporter https://ift.tt/3e8MmFl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages