ମାଲକାନଗିରିରେ ପ୍ରବେଶ କଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 19, 2020

ମାଲକାନଗିରିରେ ପ୍ରବେଶ କଲା କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାର ୨ ଜଣ ଅଛନ୍ତି। ଏହା ସହିତ ମାଲକାନଗିରି ଜିଲ୍ଲାକୁ କରୋନା ଛୁଇଁଛି। ସେହିପରି ଏହାକୁ ମିଶାଇ ରାଜ୍ୟର ମୋଟ ୨୪ଟି ଜିଲ୍ଲାରେ କରୋନା ଭାଇରସ୍‌ ପ୍ରବେଶ କରିଛି।

ରାଜ୍ୟରେ ନୂଆ ୭୪ଟି କେସ୍‌ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପି ଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୭ ସୁସ୍ଥ ହୋଇସାରିଛନ୍ତି। ୭୩୯ ଜଣ ଚିକିତ୍ସାଧୀନ ଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧାର, ୨ ଜଣ ଗଞ୍ଜାମର ଓ ଜଣେ କଟକର।

ନୂଆ ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରିର ୨ ଜଣଙ୍କୁ ଛାଡ଼ି ଦେଲେ ବୌଦ୍ଧରୁ ସର୍ବାଧିକ ୨୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୧ଜଣ, କଟକରୁ ୯, ଖୋର୍ଦ୍ଧାରୁ ୭, ଗଂଜାମରୁ ୬, ଯାଜପୁରରୁ ୬, କେନ୍ଦ୍ରାପଡ଼ାରୁ ୨, ବାଲେଶ୍ୱରରୁ ଜଣେ, ଢେଙ୍କାନାଳରୁ ଜଣେ ଓ କନ୍ଧମାଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମାଲକାନଗିରି ପୂର୍ବରୁ କୋରାପୁଟ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ସେ ସୁସ୍ଥ ହୋଇସାରିଛନ୍ତି।



from Odisha Reporter https://ift.tt/3bNGrUH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages