ପାରାଦୀପରେ କମିଲା ପବନ; ଏବେ ବାଲେଶ୍ୱର ଓ ଭଦ୍ରକରେ ବଢ଼ୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 19, 2020

ପାରାଦୀପରେ କମିଲା ପବନ; ଏବେ ବାଲେଶ୍ୱର ଓ ଭଦ୍ରକରେ ବଢ଼ୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆକଳନ ଅନୁସାରେ ବାତ୍ୟା ‘ଅମ୍ଫାନ’ ଏବେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଛି। ସେହି ହିସାବରେ ପାରାଦୀପରେ ଏବେ ପବନ ଧୀରେ ଧୀରେ କମୁଛି। ପାରାଦୀପରେ ପବନ କମି ଥିବା ବେଳେ ଭଦ୍ରକ ଓ ବାଲେଶ୍ୱରରେ କ୍ରମେ ବଢ଼ୁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ପାରାଦୀପରେ ଘଣ୍ଟା ପ୍ରତି ସର୍ବାଧିକ ୧୦୬ କିମି ପବନ ରେକର୍ଡ କରାଯାଇଛି। ଏବେ ପାରାଦୀପରେ ପବନ ବେଗ କମି ୮୯ କମି ରହିଛି। ଏବେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ବେଗ ଧୀରେ ଧୀରେ କମିବ। ତେବେ ଆଜି ଅପରାହ୍ନ ଯାଏ ଏହି ଦୁଇ ଜିଲ୍ଲାରେ ପବନ ହେବ। ଭଦ୍ରକ ଓ ବାଲେଶ୍ୱରରେ ପବନ ସନ୍ଧ୍ୟା ଯାଏ ପବନ ହେବ। ବାଲେଶ୍ୱରରେ ପବନ ବେଗ ଘଣ୍ଟା ପ୍ରତି ୧୦୦ କିମିରୁ ସର୍ବାଧିକ ୧୨୫ କିମି ଯାଏ ଛୁଇଁବ। ତେବେ ଏହି ଜିଲ୍ଲାରେ ସାମୁଦ୍ରିକ ଜୁଆର ଉଠିବାର ସମ୍ଭାବନା ନାହିଁ।

ସେ ଆହୁରି କହିଛନ୍ତି, ବାତ୍ୟା ଯେଉଁଠି ସ୍ଥଳଭାଗ ଅତିକ୍ରମ କରେ ସେଇଠି ଜୁଆର ଉଠେ। ସୁନ୍ଦରବନରେ ୪ରୁ ୫ ମିଟର ପର୍ଯ୍ୟନ୍ତ ଜୁଆର ଉଠିବାର ସମ୍ଭାବନା ରହିଛି। ଦୀଘା ଅଞ୍ଚଳରେ ବି ୨ରୁ ୩ ମିଟର ଜୁଆର ଉଠିବାର ସମ୍ଭାବନା ରହିଛି। ଆଜି ଅପରାହ୍ନରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ।

ପାରାଦୀପରେ ସର୍ବାଧିକ ବର୍ଷା ସହିତ ସର୍ବାଧିକ ପବନ ହୋଇଥିଲା। ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପାରାଦୀପରେ ୧୯୭.୧ ମିମି ବର୍ଷା ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବ ଅମ୍ଫାନ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ପରେ କୋଲକାତା ପାଖରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଏହା ଗତି କରିବ।



from Odisha Reporter https://ift.tt/2WP6nel

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages