ଚାଇନା ସହ ବିବାଦ: ଏଲଏସି ସ୍ଥିତି ସମ୍ପର୍କରେ ଆମେରିକାକୁ ଜଣାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

ଚାଇନା ସହ ବିବାଦ: ଏଲଏସି ସ୍ଥିତି ସମ୍ପର୍କରେ ଆମେରିକାକୁ ଜଣାଇଲା ଭାରତ

ନୂଆଦିଲ୍ଲୀ: ଲଦାଖ ଓ ଉତ୍ତର ସିକ୍କିମ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଦେଖାଦେଇଛି। ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ୁଥିବାରୁ ସମସ୍ତଙ୍କ ନଜର ସୀମା ଉପରେ ରହିଛି। ଏସବୁ ଭିତରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫୋନ ଯୋଗେ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଇସପେରଙ୍କ ସହ କଥା ହୋଇଛନ୍ତି।

ଏହି ସମୟରେ ଶ୍ରୀ ସିଂହ ଏଲଏସି ସ୍ଥିତି ସମ୍ପର୍କରେ ମାର୍କଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ ରାଜନାଥ ଫୋନ ଯୋଗେ କହିଛନ୍ତି ଯେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ଉଭୟ ଦେଶ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ହିଁ ସମାଧାନ କରିବେ। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଉଭୟ ଦେଶ ପରସ୍ପରକୁ ସମ୍ମାନ କରନ୍ତି ଏବଂ ନିଜ ନିଜ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସୁଛନ୍ତି।

ଏଥିସହ ଉଭୟ ରାଜନାଥ ଓ ମାର୍କ ଆଞ୍ଚଳିକ ସୁରକ୍ଷା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ଆଗକୁ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସାମଗ୍ରୀ କିଣାବିକା ଜାରି ରହିବ। ଭାରତ ଓ ଆମେରିକା ମିଳିତ ଭାବେ ପରସ୍ପରର ବିକାଶ ପାଇଁ କାମ କରିବେ ବୋଲି ଫୋନ ଯୋଗେ ଉଭୟ ନେତା ଆଲୋଚନା କରିଛନ୍ତି।

ଚାଇନା ସହ ବିବାଦ ସୃଷ୍ଟି ହେବା ପରେ ଆମେରିକା ସହ ଭାରତ ପ୍ରଥମଥର ପାଇଁ କଥା ହୋଇଛି। ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟସ୍ଥି ସାଜିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ଭାରତ ଓ ଚାଇନା ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।



from Odisha Reporter https://ift.tt/3ckjY1A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages