ଶ୍ରମିକ ସ୍ପେଶାଲ ଟ୍ରେନକୁ କରୋନା ଏକ୍ସପ୍ରେସ କହିଲେ ମମତା, ଜୁନ ୧ରୁ ନୂଆ ବେଙ୍ଗଲ ପାଇଁ ବ୍ଲୁ ପ୍ରିଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

ଶ୍ରମିକ ସ୍ପେଶାଲ ଟ୍ରେନକୁ କରୋନା ଏକ୍ସପ୍ରେସ କହିଲେ ମମତା, ଜୁନ ୧ରୁ ନୂଆ ବେଙ୍ଗଲ ପାଇଁ ବ୍ଲୁ ପ୍ରିଣ୍ଟ

କୋଲକାତା: କରୋନାର ଗତି ଧୀରେଧୀରେ ପଶ୍ଚିମବଙ୍ଗରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ କେସ ସାମ୍ନାକୁ ଆସୁଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବାସୀଙ୍କ ଆଗମନକୁ ଦାୟୀ କରିଛନ୍ତି। ପ୍ରବାସୀ ଶ୍ରମିକମାନେ ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବାରୁ ଦିଦି ଏହାକୁ କରୋନା ଏକ୍ସପ୍ରେସ ବୋଲି କହିଛନ୍ତି।

ଏଥିସହ ଆସନ୍ତା ୧ ତାରିଖରୁ ରାଜ୍ୟର ଅର୍ଥନୀତିକୁ ଆଗକୁ ନେବା ପାଇଁ ସେ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ମମତା କହିଛନ୍ତି, “ରେଳବାଇ ଟ୍ରେନରେ ସାମାଜିକ ଦୂରତା ରଖୁ ନଥିବାରୁ ଏହା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଗାଁ ଲୋକମାନେ କହୁଛନ୍ତି କରୋନା ଏକ୍ସପ୍ରେସ ଆସୁଛି। ସମସ୍ତେ ଚାଲିଯାଅ। ମୁଁ ରେଳମନ୍ତ୍ରୀ ଥିବା ବେଳେ ପ୍ରତି ଟ୍ରେନର ବିଗ ସଂଖ୍ୟା ୨୫କୁ ବୃଦ୍ଧି କରିଥିଲି।

ମୁଁ ଜାଣିଛି ରେଳବାଇରେ ବିପୁଳ ପରିମାଣର ବଗି ରହିଛି। ଏହି କାରଣ ପାଇଁ ପୂଜା ପର୍ବାଣୀରେ ସ୍ୱତନ୍ତ୍ର ଟ୍ରେନ ଚାଲିଥାଏ। କିନ୍ତୁ ପ୍ରବାସୀଙ୍କ ପାଇଁ ଗୋଟିଏ ବଗିରେ ଅଧିକ ସଂଖ୍ୟକ ଲୋକଙ୍କୁ ପଠାଯାଉଛି। ଏହା ଏକ ଅମାନବୀୟ କାର୍ଯ୍ୟ। ଏହାଦ୍ୱାରା ବେଙ୍ଗଲରେ କରୋନା ବ୍ୟାପୁଛି।”

ଜୁନ୍‌ ୧ରୁ ନୂଆ ବେଙ୍ଗଲ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, “ଜୁନ୍‌ ୧ରେ ସବୁ କିଛି ସ୍ୱାଭାବିକ କରିବାକୁ ଚେଷ୍ଟା କରାଯିବ। ଜୁନ୍‌ ୮ରୁ ରାଜ୍ୟରେ ସମସ୍ତ ଘରୋଇ ଓ ସରକାରୀ ଅଫିସ ଖୋଲିବ। ହେଲେ ଏଥିରେ କିଛି କଟକଣା ଲାଗୁ କରାଯିବ। ସରକାରୀ ଅଫିସ ଗୁଡ଼ିକ ୭୦% କର୍ମଚାରୀଙ୍କ ସହ ଖୋଲିବାକୁ ଥିବା ବେଳେ ଘରୋଇ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ସଂସ୍ଥାର ମ୍ୟାନେଜମେଣ୍ଟ ନିର୍ଦ୍ଧାରଣ କରିବେ।

ପର୍ଯ୍ୟାୟକ୍ରମେ ଧାର୍ମିକ ଅନୁଷ୍ଠାନ ସହ ଦୋକାନ ମଧ୍ୟ କାର୍ଯ୍ୟକ୍ଷମ ହେବ। କିନ୍ତୁ ଶିକ୍ଷାନୁଷ୍ଠାନ ଜୁନ୍‌ ଶେଷ ଯାଏ ବନ୍ଦ ରହିବ। ବସ୍ ଚାଲିବାକୁ ଥିଲେ ମଧ୍ୟ ଯେତିକି ସିଟ୍ ସେତିକି ଲୋକ ଯିବା ଆସିବା କରିପାରିବେ। ସେହିପରି ଧାର୍ମିକ ପୀଠରୁ ୧୦ ଜଣଙ୍କୁ ଗୋଟିଏ ଥରରେ ଯିବାକୁ ଅନୁମତି ମିଳିବ।”



from Odisha Reporter https://ift.tt/3ch6lAr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages