କାଲିଠୁ ରାଜ୍ୟରେ ଗଡ଼ିବ ବସ୍‌, ଟ୍ୟାକ୍ସି, ଅଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

କାଲିଠୁ ରାଜ୍ୟରେ ଗଡ଼ିବ ବସ୍‌, ଟ୍ୟାକ୍ସି, ଅଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ବସ୍। ଏଥିସହ ଟ୍ୟାକ୍ସି, ଅଟୋ ଆଦି ମଧ୍ୟ ଯାତାୟତ କରିପାରିବ। ଆନ୍ତ ଜିଲ୍ଲା ତଥା ସହର ମଧ୍ୟରେ ସିଟି ବସ୍‌ ଚଳାଚଳ କରିପାରିବ।

ଯାତ୍ରୀଙ୍କ ସୁବିଧା ନିମନ୍ତେ ଏହି ସବୁ ପଦକ୍ଷେପ ନିଆଯାଇଥିବା ବେଳେ ଏଥିନିମନ୍ତେ କିନ୍ତୁ ଗୋଟିଏ କଟକଣା ଲାଗୁ କରାଯାଇଛି। ୪ ଚକିଆ  ଓ ୩ ଚକିଆ ଯାନରେ ଡ୍ରାଇଭର ଛଡ଼ା ଆଉ ୨ ଯାତ୍ରୀ ଯାତ୍ରା କରି ପାରିବେ।  ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ହିଁ ଯାତ୍ରା କରିବେ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସେହିପରି ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନଚେତ୍ ଦଣ୍ଡିତ ହେବେ। ଯଦି କୌଣସି ଯାତ୍ରୀଙ୍କ କରୋନା ଲକ୍ଷଣ ଥିବ, ତା’ହେଲେ ବସ୍‌ରେ ଯାତ୍ରା କରିପାରିବେ ନାହିଁ। ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଓଲା, ଉବେର ପରି ଟ୍ୟାକ୍ସିକୁ ୨୪ ଘଣ୍ଟା ଚଳାଚଳ ନିମନ୍ତେ ଅନୁମତି ମିଳିଛି। ଫଳରେ ବିମାନ ବନ୍ଦର, ରେଳ ଷ୍ଟେଶନ, ବସ୍‌ ଷ୍ଟାଣ୍ଡକୁ  ଯାଉଥିବା ଯାତ୍ରୀ କୌଣସି ଅସୁବିଧାର ସମ୍ମୁଖୀନ ହେବା ନାହିଁ। କିନ୍ତୁ ଯାତ୍ରା ସମୟରେ ଯାତ୍ରୀମାନେ ସବୁବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏଥିରେ ଖିଲାପ ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯେଉଁ ବ୍ୟକ୍ତିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବ, ସେମାନଙ୍କୁ ଗାଡ଼ିରେ ଯିବାକୁ ଅନୁମତି ମିଳିବ ନାହିଁ। ତୁରନ୍ତ ୧୦୪କୁ ଫୋନ କଲେ ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ପରାମର୍ଶ, ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ଏସ୍‌ଆରସି।



from Odisha Reporter https://ift.tt/2AXSmCz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages