ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଦଳିଲା କ୍ୱାରେଣ୍ଟାଇନ୍ ନିୟମ। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବେ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଗ୍ରାମାଞ୍ଚଳରେ ୭ ଦିନ ସରକାରୀ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ଲକ୍ଷଣ ନ ଥିଲେ ଆଉ ୭ ଦିନ ଘରେ କ୍ୱାରେଣ୍ଟାଇନ୍ରେ ରହିବେ। କର୍ତ୍ତୃପକ୍ଷ ଆବଶ୍ୟକ ମଣିଲେ କ୍ୱାରେଣ୍ଟାଇନ୍ ଅବଧି ବଢ଼ାଇବେ। ସରପଞ୍ଚ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏହାର ତଦାରଖ କରିବେ।
ଏସ୍ଆର୍ସି କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ସ୍ଥିତ ଚିନ୍ତାଜନକ ନୁହେଁ।ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ସରପଞ୍ଚ ଓ ଏସ୍ଏଚ୍ଜିଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି।
ବାହାର ରାଜ୍ୟରୁ ଆସିବା ପୂର୍ବରୁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଆଗୁଆ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ଏସ୍ଆର୍ସି। ସେ କହିଛନ୍ତି, ଟ୍ରେନ୍ ଯୋଗେ ବାହାର ରାଜ୍ୟରୁ ଅଧିକ ପ୍ରବାସୀ ଆସୁଛନ୍ତି। ଆଜି ତେଲେଙ୍ଗାନାରୁ ୧୨ଟି ଟ୍ରେନ୍ରେ ୨୦ ହଜାରରୁ ଅଧିକ ପ୍ରବାସୀ ଆସୁଛନ୍ତି। ସେମାନେ ବିନା ସୂଚନାରେ ଆସୁଥିବାରୁ ଆମ ପାଇଁ ସମସ୍ୟା ଉପୁଜୁଛି। ତେଣୁ ଯେଉଁମାନେ ଆସିବାକୁ ଚାହୁଁଛନ୍ତି, ସେମାନେ ଆଗୁଆ ସୂଚନା ଦିଅନ୍ତୁ। ସୂଚନା ଦେଇ ଆସିଥିବା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କରିଛୁ। ସୂଚନା ଦେଇ ଆସିଲେ ଗନ୍ତବ୍ୟ ସ୍ଥଳକୁ ପଠାଇବାକୁ ବ୍ୟବସ୍ଥା କରାଯିବ। ବିନା ସୂଚନାରେ ଆସିଲେ ମାଗଣା ଟିକେଟ୍ ଲାଗୁ ହୋଇ ନ ପାରେ।
ସୂଚନାଯୋଗ୍ୟ, ରାଜ୍ୟରେ ୧୩୩୬ ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ ସୁସ୍ଥ ହୋଇଛନ୍ତି। ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୩୨ ଜଣ ଚିକିତ୍ସାଧୀନ ଅଛନ୍ତି।
from Odisha Reporter https://ift.tt/2zt9Hmr
No comments:
Post a Comment