ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ହ୍ୱାଇଟ ହାଉସରେ କରୋନା ଜଣଙ୍କ ପରେ ଜଣଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଗତକାଲି ହ୍ୱାଇଟ ହାଉସରେ କାର୍ଯ୍ୟରତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ ମୁଖପାତ୍ର କାଟେ ମିଲର କରୋନାରେ ସଂକ୍ରମିତ ହୋଇଛନ୍ତି।
ଆମେରିକାରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଥିଲେ ହେଁ ହ୍ୱାଇଟହାଉସରେ ପ୍ରବେଶ କରିପାରି ନଥିଲା। ହେଲେ ଏବେ ହ୍ୱାଇଟ ହାଉସରେ କରୋନା ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ମୁଖପାତ୍ର ମିଲର ସର୍ବଦା ଉପ ରାଷ୍ଟ୍ରପତି ମାଇକଙ୍କ ସହ ବୈଠକ କରିଛନ୍ତି।
ମାଇକ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦିଅନ୍ତି। ତେଣୁ ଏବେ ମାଇକ ଓ ଟ୍ରମ୍ପଙ୍କ ଶରୀରରେ କରୋନା ସଂକ୍ରମଣର ଆଶଙ୍କା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଉଭୟଙ୍କ କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଟ୍ରମ୍ପ ମାସ୍କ ପିନ୍ଧିବାକୁ ମନା କରିଥିଲେ ହେଁ ଦୈନିକ କରୋନା ଟେଷ୍ଟ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାଟେ ମିଲିର ରାଷ୍ଟ୍ରପତିଙ୍କ ଘନିଷ୍ଠ ସହଯୋଗୁ ଷ୍ଟେଫେନ ମିଲରଙ୍କୁ ବିବାହ କରିଛନ୍ତି। ଷ୍ଟେଫେନ ସର୍ବଦା ଟ୍ରମ୍ପଙ୍କ ପାଖେପାଖେ ରହିଥାଆନ୍ତି। କିନ୍ତୁ ଷ୍ଟେଫେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସେକଥା ଜଣା ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ କାଟେ ମିଲିର ଟ୍ୱିଟ କରି କହିଛନ୍ତି ଯେ “ମୋ ସ୍ୱାସ୍ଥ୍ୟବସ୍ଥା ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ଆପଣମାନଙ୍କ ଭଲ ପାଇବା ଓ ପ୍ରାର୍ଥନା ଯୋଗୁ ମୁଁ କରୋନା ସହ ଜୋରଦାର ଲଢ଼େଇ କରୁଛି। ମୋ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି। ଖୁବଶୀଘ୍ର ମୁଁ ଏଥିରେ ବିଜୟୀ ହୋଇ ଫେରିବି।”
from Odisha Reporter https://ift.tt/3biYS30
No comments:
Post a Comment