ଯୁଦ୍ଧ ଜାହାଜରେ ସ୍ୱଦେଶ ଫେରିଲେ ୬୯୮ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ଯୁଦ୍ଧ ଜାହାଜରେ ସ୍ୱଦେଶ ଫେରିଲେ ୬୯୮ ଭାରତୀୟ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ମାଳଦ୍ୱୀପରେ ଫସିଥିବା ୬୯୮ ଜଣ ଭାରତୀୟଙ୍କୁ ନୌସେନାର ଯୁଦ୍ଧ ଜାହାଜରେ ସ୍ୱଦେଶ ଅଣାଯାଇଛି। ଶୁକ୍ରବାର ରାତିରେ ସେମାନେ ଭାରତୀୟ ସୀମାରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମାନେ କୋଚିରେ ପହଞ୍ଚିବେ। ଏହାପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କ୍ୱାରେଣ୍ଟାଇନରେ ରଖାଯିବ।

ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ମେ’ ୭ରୁ ଭାରତ ସରକାର ମିଶନ ଆରମ୍ଭ କରିଛନ୍ତି। ଏହା ମେ’ ୧୩ ଯାଏ ଚାଲିବ।ଏହି ମିଶନ ଜରିଆରେ ବିଭିନ୍ନ ରାଷ୍ଟ୍ରରେ ଫସିଥିବା ପ୍ରାୟ ୧୫ ହଜାର ଭାରତୀୟଙ୍କୁ ସ୍ୱଦେଶ ଅଣାଯିବ। ଏଥିପାଇଁ ୬୪ଟି ବିମାନ ଓ ୩ଟି ଜାହାଜ ନିୟୋଜିତ କରାଯାଇଛି।

ପ୍ରଥମ ଜାହାଜରେ ମାଳଦ୍ୱୀପରୁ ଏତେ ସଂଖ୍ୟକ ଭାରତୀୟ ସ୍ୱଦେଶ ଫେରିଛନ୍ତି। ମାଳଦ୍ୱୀପରେ ଥିବା ଭାରତୀୟ ହାଇକମିଶନର ସୁଞ୍ଜୟ ସୁଧୀର ଓ ସେଠାକାର ପ୍ରଶାସନର ସହାୟତା ବଳରେ ଏହି ଭାରତୀୟମାନେ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଜାହାଜଟି ମାଳଦ୍ୱୀପର ମାଲେରୁ କେରଳର କୋଚିରେ ପହଞ୍ଚିବ। ଏଥିରେ ଏକାଧିକ ଗର୍ଭବତୀ ଓ ଛୋଟ ପିଲା ରହିଥିବା ନୌସେନା ପକ୍ଷରୁ କୁହାଯାଇଛି।

ଅପରେସନ ସମୁଦ୍ର ସେତୁ ଜରିଆରେ ନୌସେନାର ଆଇଏନଏସ ଜଳସୱ ଯୁଦ୍ଧ ଜାହାଜ ଗୁରୁବାର ସନ୍ଧ୍ୟାରେ ମାଳଦ୍ୱୀପର ମାଲେ ବନ୍ଦରେ ପହଞ୍ଚିଥିଲା। ଏହାପରେ ଜାହାଜରେ ଆସିବାକୁ ଥିବା ସମସ୍ତ ନାଗରିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କର କୌଣସି କରୋନା ଲକ୍ଷଣ ନଥିଲା, ସେମାନଙ୍କୁ ଜାହାଜରେ ବସିବାକୁ ଅନୁମତି ଦିଆଯାଇଥିଲା। ଜାହାଜଟି ୬୯୮ ଜଣ ଭାରତୀୟଙ୍କ ଧରି କୋଚିର କୋଚିନ ପୋର୍ଟରେ ୧୦ ତାରିଖରେ ପହଞ୍ଚିବ।

ସେହିପରି ଆସନ୍ତାକାଲି ଦ୍ୱିତୀୟ ଯୁଦ୍ଧ ଜାହାଜ ଆଇଏନଏସ ମଗର ୨୦୦ ଭାରତୀୟଙ୍କ ଧରି ମାଲେରୁ ବାହାରିବ। ଏହି ଜାହାଜଟି ତାମିଲନାଡୁର ତୁତୁକୋରନି ପହଞ୍ଚିବ। ଆଗକୁ ମଧ୍ୟ ଏହି ଅପରେସନ ସମୁଦ୍ର ସେତୁ ଜାରି ରହିବ।



from Odisha Reporter https://ift.tt/2WevQgW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages