ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ଗାଁରେ ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ହୋଇଛି। ଏଥିରେ ଗାଁର ଭଗବାନ କୁଆଁରଙ୍କ ୩ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇ଼ଯାଇଛି।
ଗତକାଲି ରାତି ପ୍ରାୟ ୮ଟା ବେଳେ ଭଗବାନ କୁଆଁରଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା। ଏହାପରେ ଆଖି ପିଛୁଳାକେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଧାମନଗର ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଧାମନଗର ଅତିରିକ୍ତ ତହସିଲଦାର ଅଭିପ୍ପସା ପଟ୍ଟନାୟକ ଓ ଧାମନଗର ଆଇଆଇସି ରତିକାନ୍ତ ଗିରି ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।
ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
from Odisha Reporter https://ift.tt/2SBB83X
No comments:
Post a Comment