ମଦ ବିକ୍ରି ଉପରେ ଲାଗିଲା ସ୍ୱତନ୍ତ୍ର କରୋନା ଫି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 4, 2020

ମଦ ବିକ୍ରି ଉପରେ ଲାଗିଲା ସ୍ୱତନ୍ତ୍ର କରୋନା ଫି

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ବିକ୍ରି ଉପରେ ଲାଗିଲା ସ୍ୱତନ୍ତ୍ର କରୋନା ଫି । ୭୦ ପ୍ରତିଶତ ଅଧିକା ଟ୍ୟାକ୍ସ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ଆଜିଠୁ ଦିଲ୍ଲୀରେ ଲୋକେ ମଦକୁ ଅଧିକ ୭୦ ପ୍ରତିଶତ ଟ୍ୟାକ୍ସ ଦେଇ କିଣିବେ । ଗତକାଲି ତୃତୀୟ ପର୍ଯ୍ୟାୟ  ଲକ୍‌ଡାଉନ୍‌ ଲାଗୁ ହେବା ପରେ ମଦ ବିକ୍ରି ଉପରେ ନିୟମ କୋହଳ ହୋଇଛି । ତେବେ ଗ୍ରୀନ୍ ଜୋନ୍‌ରେ ହିଁ କେବଳ ମଦ ବିକ୍ରି ପାଇଁ ଅନୁମତି ମିଳିଛି  ।

ସୋମବାର  ଦିଲ୍ଲୀର ଗ୍ରୀନ୍‌ ଜୋନ୍‌ରେ ମଦ ଦୋକାନ ଖୋଲିଥିବା ବେଳେ ଏହା ସମ୍ମୁଖରେ ଅସମ୍ଭବ ଭିଡ଼ ଦେଖାଦେଇଥିଲା। ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା। ଏହାକୁ ଦେଖି ଆଜି  ସକାଳ ୯ଟାରୁ ସନ୍ଧ୍ୟା ସାଢେ ୬ଟା ଯାଏ ଖୋଲା  ରହିବ ବୋଲି ସରକାର ଘୋଷଣା କରିଛନ୍ତି। ହେଲେ ଆଜି ସକାଳ ସାଢେ ୫ଟାରୁ ଦିଲ୍ଲୀର ବିଭିନ୍ନ ମଦ ଦୋକାନ ସମ୍ମୁଖରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମଦ ମୂଲ୍ୟରେ ୭୦ ପ୍ରତିଶତ ଅଧିକ ଫି ଆଦାୟକୁ ମଧ୍ୟ ଲୋକଙ୍କର ଖାତିର ନାହିଁ।

ଦିଲ୍ଲୀର ୧୫୦ ଛୋଟ, ବଡ଼ ଦୋକାନରେ ମଦ ବିକ୍ରି ହେଉଛି ।  ମଦ ବିକ୍ରି ହେଲେ ଆଦାୟ ହେବାକୁ ଥିବା ୭୦ ପ୍ରତିଶତ ଅଧିକ ଟ୍ୟାକ୍ସକୁ କରୋନା ମୁକାବିଲା କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି । ତେବେ ଦିଲ୍ଲୀରେ ଏହି ନୂଆ ମଦ ନିୟମ ଲାଗୁ ପରେ ଏବେ ଅନ୍ୟ କିଛି ରାଜ୍ୟରେ ବି ଏହାକୁ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି । ଗତକାଲି କେବଳ କର୍ଣ୍ଣାଟକରେ ୪୫ କୋଟିର ମଦ ବିକ୍ରି ହୋଇଛି।



from Odisha Reporter https://ift.tt/2YGvocG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages