ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍‌, ୩ ମୃତ, ଶତାଧିକ ହସ୍ପିଟାଲରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍‌, ୩ ମୃତ, ଶତାଧିକ ହସ୍ପିଟାଲରେ ଭର୍ତ୍ତି

ବିଶାଖାପଟନମ: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍‌ ହୋଇଛି। ଏହା ସଂସ୍ପର୍ଶରେ ଆସି ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ବିଶାଖାପଟନମର ନାଇଡୁ ଥୋଟା ଅନ୍ତର୍ଗତ ଆରଆରଭି ପୁରମ ନିକଟରେ ଥିବା ଏଲଜି ପଲିମର କମ୍ପାନୀରୁ ଏହି ଗ୍ୟାସ ଆଜି ସକାଳ ପରଠାରୁ ଲିକ ହେବା ଆରମ୍ଭ ହୋଇଛି। ବିଷାକ୍ତ ଗ୍ୟାସ ଯୋଗୁ ସ୍ଥାନୀୟ ଗାଁରେ ଆତଙ୍କ ଖେଳିଯାଇଛି।

ଗାଁର ଶତାଧିକ ଲୋକ ମୁଣ୍ଡ ବିନ୍ଧା, ଆଖିରେ ପୋଡ଼ାଜଳା, ବାନ୍ତି ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗ୍ୟାସ ଲିକର ଖବର ପାଇ ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳରେ ପହଞ୍ଚିଛନ୍ତି। ଗାଁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନୌସେନାର ଯବାନମାନଙ୍କୁ ମୁତୟନ କରାଯାଇଛି।

ଗ୍ୟାସ କେମିତି ଲିକ ହେଲା ଓ ଏହା ଦ୍ୱାର ଅଧିକ କ’ଣ କ୍ଷୟକ୍ଷତି ହୋଇଛି, ତା’ର ବିସ୍ତୃତ ସୂଚନା ରିପୋର୍ଟ ଲେଖା ହେବା ଯାଏ ଆସିନାହିଁ।

୧୯୬୧ ମସିହାରେ ହିନ୍ଦୁସ୍ତାନ ପଲିମର୍ସ ନାଁରେ ଏହା ପ୍ରତିଷ୍ଠା ହୋଇଥିଲା। ତେବେ ପରବର୍ତ୍ତୀ ସମ୍ପର୍କରେ ଏହାକୁ ଦକ୍ଷିଣ କୋରିଆର ଏଲଜି କେମିକାଲ କିଣି ନେଇଥିଲା। ଏହାପରେ ୧୯୭୭ରେ ଏହାର ନାଁ ବଦଳାଇ ଏଲଜି ପଲିମର୍ସ ଇନ୍‌ ଇଣ୍ଡିଆ ବୋଲି ରଖାଯାଇଥିଲା।



from Odisha Reporter https://ift.tt/3fqhd1u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages