ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିଲେ ସରକାର ଯୋଗାଇ ଦେବେ ଇ-ପାସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 6, 2020

ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିଲେ ସରକାର ଯୋଗାଇ ଦେବେ ଇ-ପାସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଫସିଥିବା ଏବଂ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଇ-ପାସ୍ ଯୋଗାଇ ଦେବେ ରାଜ୍ୟ ସରକାର। ଏହାବ୍ୟତୀତ ଚିକିତ୍ସା କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିଲେ ମଧ୍ୟ  ଇ-ପାସ୍ ପାଇଁ ଆବେଦନ କରିପାରିବେ।  ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇ-ପାସ୍ ପାଇଁ covid19.odisha.gov.inରେ ଆବେଦନ କରିହେବ । ସେଠାରେ ଆବେଦନକାରୀଙ୍କୁ ଯାତ୍ରା ବିବରଣୀ, ଯାତ୍ରୀ, ଡ୍ରାଇଭରଙ୍କ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼ିବ । ଆବେଦନ କରିସାରିବା ପରେ ଏହାକୁ ଜିଲ୍ଲା କର୍ତ୍ତୃପକ୍ଷ ତର୍ଜମା କରିବେ।  ଆବେଦନ ମଞ୍ଜୁର ହେବା ପରେ ଇ-ପାସ୍‌  ୱେବସାଇଟରେ ଦେଖିହେବ । ଏହାକୁ ଡାଉନଲୋଡ୍ ଓ ପ୍ରିଣ୍ଟ ମଧ୍ୟ କରିହେବ । ଇ-ପାସ୍ ନମ୍ବର ସହିତ ଗାଡ଼ି ଓ ଯାତ୍ରୀଙ୍କ ତଥ୍ୟ ଆବେଦନକାରୀଙ୍କୁ ଏସ୍ଏମ୍ଏସ୍ ଓ ଇମେଲ୍ ଜରିଆରେ ପଠାଇ ଦିଆଯିବ ।



from Odisha Reporter https://ift.tt/2zY9N5h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages