ଏୟାର ଇଣ୍ଡିଆର ୫ ପାଇଲଟ୍, ୨ କର୍ମଚାରୀ କରୋନା ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ଏୟାର ଇଣ୍ଡିଆର ୫ ପାଇଲଟ୍, ୨ କର୍ମଚାରୀ କରୋନା ପଜିଟିଭ୍

ମୁମ୍ବାଇ: ଏୟାର ଇଣ୍ଡିଆର ୫ଜଣ ପାଇଲଟ୍ କୋଭିଡ୍-୧୯ ଆକ୍ରାନ୍ତ। ବିମାନ ଉଡ଼ାଣର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ନମୁନା ପରୀକ୍ଷଣ ପରେ ଏମାନେ କରୋନା ଭୂତାଣୁ ସଂକ୍ରମିତ ଥିବା ଜଣାପଡ଼ିଛି। ଏମାନଙ୍କ ସହ ଜଣେ ଇଞ୍ଜିନିୟର ଏବଂ ଜଣେ ଟେକ୍ନିସିଆନଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍ ଆସିଛି।

ଗତକାଲି ପ୍ରାଥମିକତା ଭିତ୍ତିକ ଏୟାର ଇଣ୍ଡିଆର ୭୭ଜଣ ପାଇଲଟଙ୍କ ନମୁନା ପରୀକ୍ଷା କରାଯିବା ପରେ ୯ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ତେବେ ସମସ୍ତ ଆକ୍ରାନ୍ତ ମୁମ୍ବାଇ ବାସୀନ୍ଦା। ଏମାନଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନ ଥିବା ବେଳେ ଏମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।

କୋଭିଡ୍-୧୯ ଆକ୍ରାନ୍ତ ୫ଜଣ ପାଇଲଟ୍ ହେଉଛନ୍ତି ବୋଇଙ୍ଗ୍ ୭୮୭ ଡ୍ରିମଲାଇନର୍ କାର୍ଗୋ ବିମାନର ଚାଳକ। ସେମାନଙ୍କ ମଧ୍ୟରୁ କେହି ଜଣେ ଏପ୍ରିଲ ୨୦ରେ ଚିକିତ୍ସା ସାମଗ୍ରୀ ଆଣିବାକୁ ଚୀନ ଯାତ୍ରା କରିଥିଲେ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ଭାରତ ମିଶନ ମାଧ୍ୟମରେ ବିଦେଶରୁ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ଅଭିଯାନ ଚାଲିଥିବା ବେଳେ ୫ ଜଣ ପାଇଲଟ୍ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି। ଏଥିରେ ଏୟାର ଇଣ୍ଡିଆର ଦାୟିତ୍ୱ ରହିଛି। ଏହା ବ୍ୟତୀତ ବିଦେଶରୁ ଦେଶକୁ ଏବଂ ଦେଶର ଦୂର ଦୂରାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଆଦି ପହଞ୍ଚାଇବା ଦାୟିତ୍ୱ ମଧ୍ୟ ଏୟାର ଇଣ୍ଡିଆର ପାଇଲଟ୍ ବହନ କରିଛନ୍ତି। ଏଣୁ ପାଇଲଟମାନେ କୋଭିଡ୍-୧୯ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି।

ସେହିପରି ରୋଗୀଙ୍କ ସେବାରେ ଅହର୍ନିଶି ଦାୟିତ୍ୱରତ ପ୍ରାୟ ୧୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିସାରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀ ଏବଂ ମୁମ୍ବାଇର। ଅନ୍ୟପଟେ ୫୦୦ରୁ ଊର୍ଦ୍ଧ୍ୱ ସୁରକ୍ଷାବଳ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୫୦ ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସରୁ ହୋଇଥିବା ବେଳେ ପ୍ରାୟ ୨୦୦ ବୋର୍ଡର ସିକ୍ୟୋରିଟି ଫୋର୍ସର ବୋଲି କୁହାଯାଉଛି। ଅନ୍ୟପଟେ ୨ଜଣ ବିଏସଏଫ ଯବାନ ଏବଂ ଜଣେ ଦିଲ୍ଲୀ ପୋଲିସ କର୍ମଚାରୀ ଗଦତ ସପ୍ତାହରେ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3fwGes5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages