ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ଆଉ ସେଥିପାଇଁ ରାଜ୍ୟରେ ସ୍ଥିତି ଭୟାନକ ହେଉଛି। ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟାରେ ଟେଷ୍ଟ କରିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ। ବାରମ୍ବାର ଦାବି କରିବା ସତ୍ତ୍ୱେ ସରକାର କିଛି ପଦକ୍ଷେପ ନେଇ ନାହାନ୍ତି ବୋଲି କ୍ଷୁବ୍ଧ ହୋଇ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
ସେ କହିଛନ୍ତି, ପ୍ରବାସୀ ଓଡ଼ିଆମାନେ ଆସିବା ପରେ ସ୍ଥିତି ସଙ୍ଗୀନ ହେଉଥିବାରୁ ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ସରକାର ରଖନ୍ତୁ। ଯଦି ଆଗକୁ ପ୍ରବାସୀମାନେ ଟ୍ରେନ୍ରେ ଆସି ଜଟଣୀରେ ଓହ୍ଲାଇବେ ଆମେ ବିରୋଧ କରିବୁ। ଆବଶ୍ୟକ ପଡ଼ିଲେ ରେଳ ଲାଇନ୍ ଉପରେ ଧାରଣା ଦେବାକୁ ବି ଚେତାବନୀ ଦେଇଛନ୍ତି ସୁର ରାଉତରାୟ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି। ବାହାର ରାଜ୍ୟରୁ ଲୋକେ ଆସିବା ପରେ ଏହି ସଂଖ୍ୟା ବଢ଼ି ଯାଇଛି। ନୂତନ ଭାବେ ଚିହ୍ନଟ ହୋଇଥିବା ୫୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ବାହାର ରାଜ୍ୟରୁ ଆସିଥିଲେ। ପୁଣି ସେମାନଙ୍କ ମଧ୍ୟରୁ କେବଳ ୪୧ ଜଣ ସୁରତରୁ ଆସିଥିଲେ। ସେହିପରି ୧୦ ଜଣ ପଶ୍ଚିମବଙ୍ଗରୁ ଆସିଥିବା ବେଳେ ୫ ଜଣ କର୍ଣ୍ଣାଟକାରୁ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ।
ଅନ୍ୟପକ୍ଷରେ ୩୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୧ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ଓ ଜଣେ ଗଞ୍ଜାମର।
from Odisha Reporter https://ift.tt/3fwq3Lc
No comments:
Post a Comment