ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ପରିବାର ଉପରେ ନଜର ରଖିବେ ପଡ଼ୋଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ପରିବାର ଉପରେ ନଜର ରଖିବେ ପଡ଼ୋଶୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ପରିବାର ଲୋକଙ୍କ ଉପରେ ନଜର ରଖିବେ ପଡ଼ୋଶୀ। ହୋମ୍ କ୍ୱାରେଣ୍ଟାଇନ୍‌ ମନିଟରିଂ ପାଇଁ ଭୁବନେଶ୍ୱର ମହାନଗର ନିଗମର SOPରେ ଏହି ନିୟମ ରହିଛି। ପ୍ରବାସରୁ ଫେରି କିମ୍ବା ଅନ୍ୟ କୌଣସି କାରଣ ପାଇଁ ଘରେ କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ପ୍ରଶାସନ ପକ୍ଷରୁ ଷ୍ଟିକର୍ ଲଗାଯିବ। ଷ୍ଟିକର୍ ଲଗାଇବାକୁ ଯାଇଥିବା କର୍ମଚାରୀ ପାଖ ପଡ଼ୋଶୀଙ୍କୁ କ୍ୱାରେଣ୍ଟାଇନ୍‌ରେ ଥିବା ପରିବାରଙ୍କ ସଂପର୍କରେ ଜଣାଇବା ସହ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଲିଫଲେଟ୍‌ରେ ସେମାନଙ୍କ ତଥ୍ୟ ପ୍ରଦାନ କରିବେ।

ଏହାସହିତ କ୍ୱାରେଣ୍ଟାଇନ୍‌ ନିୟମ ଭାଙ୍ଗିଲେ ୧୦୦ କିମ୍ବା ୧୨୯୯ରେ କଲ୍ କରିବାକୁ ପଡ଼ୋଶୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ପଡ଼ୋଶୀ ସ୍ଥାନୀୟ ଓ୍ୱାର୍ଡ ଅଧିକାରୀ କିମ୍ବା ଥାନାକୁ ବି ଜଣାଇ ପାରିବେ। କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରି ଧରାପଡ଼ିଲେ ରେଡ୍ ନୋଟିସ୍ ଜାରି କରାଯିବ। ପୁଣି ନିୟମ ଭାଙ୍ଗି ଧରାପଡ଼ିଲେ ସରକାରୀ କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଯିବ ଓ ମାମଲା ରୁଜୁ ହେବ।

କ୍ୱାରେଣ୍ଟାଇନ୍‌ରେ ରହୁଥିବା ପରିବାରକୁ ଔଷଧ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାରେ ସାହାଯ୍ୟ କରିବାକୁ ପଡ଼ୋଶୀଙ୍କୁ  SOPରେ କୁହାଯାଇଛି। ଏଥିସହ କ୍ୱାରେଣ୍ଟାଇନ୍‌ରେ ଥିବା ପରିବାର ସହ ସର୍ଭେଲାନ୍ସ ଟିମ୍ ସଦସ୍ୟ ଯୋଗାଯୋଗରେ ରହିବେ ଏବଂ ପ୍ରତିଦିନ କୌଣସି ଲକ୍ଷଣ ଦେଖାଦେଉଛି କି ନାହିଁ ପଚାରି ବୁଝିବେ। ଦରକାର ହେଲେ ଏହି ଟିମ୍ ସଦସ୍ୟ ମଧ୍ୟ ସେହି ପରିବାରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦେବ।



from Odisha Reporter https://ift.tt/2yTUoD8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages