‘ଜୁନ୍ ୨୨ ସୁଦ୍ଧା ରଥ କାମ ଶେଷ କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

‘ଜୁନ୍ ୨୨ ସୁଦ୍ଧା ରଥ କାମ ଶେଷ କର’

କଟକ(ଓଡ଼ିଶା ରିପୋର୍ଟର): ଜୁନ୍ ୨୩ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ରଥଯାତ୍ରା। ତେଣୁ ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅପରପକ୍ଷେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଜୁନ୍‌ ୨୨ ତାରିଖ ସୁଦ୍ଧା ନିର୍ମାଣ କାମ ଶେଷ ହେବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି ଏଜି।

ଚଳିତ ବର୍ଷ ଲକଡାଉନ୍‌ କଟକଣା ଯୋଗୁ ଧାର୍ଯ୍ୟ ଅକ୍ଷୟ ତୃତୀୟା ଦିନ ଆରମ୍ଭ ହୋଇ ପାରି ନ ଥିଲା ରଥ ନିର୍ମାଣ କାମ। ହେଲେ  ୧୩ ଦିନ ବିଳମ୍ବରେ ଗତ ୮ ତାରିଖରୁ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଚାଲିଥିବା ବେଳେ ‘କରୋନା’ ସଂକ୍ରମଣ ରୋକିବାକୁ ମଧ୍ୟ ରଥଖଳାରେ ହୋଇଛି ବ୍ୟାପକ ପ୍ରସ୍ତୁତି।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ମାନି ରଥ ନିର୍ମାଣରେ ନିୟୋଜିତ ଥିବା ସମସ୍ତେ ବାଧ୍ୟତାମୂଳକ ମାସ୍କ ପିନ୍ଧୁଥିବା ବେଳେ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ରଥଖଳାକୁ ଚାରି ପାଖରୁ ସମ୍ପୂର୍ଣ୍ଣ କନା ଘୋଡ଼ଣୀ ଦିଆଯାଇଛି।

ସେପଟେ ରଥ କାମରେ ଲାଗିଥିବା ସବୁ ସେବାୟତଙ୍କର ‘କରୋନା’ ଟେଷ୍ଟ କରିବାକୁ ସରକାର ସ୍ଥିର କରିଛନ୍ତି। ତା’ସହ ୧୫୦ରୁ ଅଧିକ ବିଶ୍ୱକର୍ମା ମହାରଣାଙ୍କୁ ଦୁଇଟି ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି। ନିୟମିତ ସେମାନଙ୍କୁ ସ୍ୱତନ୍ତ୍ର ବସ୍‌ରେ ରଥଖଳାକୁ ନିଆଯାଉଥିବା ଜଣାଯାଇଛି।

 



from Odisha Reporter https://ift.tt/2WrtHi5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages