ଆଗକୁ ମୌସୁମୀ! ସତର୍କ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

ଆଗକୁ ମୌସୁମୀ! ସତର୍କ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଏବେ ଧିରେ ଧିରେ ଚରମ ସୀମାରେ ପହଞ୍ଚିଲାଣି। ଏଭଳି ସ୍ଥିତିରେ ଦେଶ ପାଇ ଦୁଇ ଦୁଇଟି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ସୋମବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ କହିଛନ୍ତି ଯେ, ଆମକୁ ଧୀରେ ଧୀରେ କାର୍ଯ୍ୟକଳାପ ଆରମ୍ଭ କରିବାକୁ ହେବ ଏବଂ ସଂକ୍ରମଣକୁ ରୋକିବାକୁ ମଧ୍ୟ ହେବ। ଏଣୁ ଏହି ଦୁଇଟି ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ମିଳିତ ଭାବେ କାମ କରିବାକୁ ହେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ଗାଁରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଯଥା ସମ୍ଭବ ଚେଷ୍ଟା କରିବା ଆବଶ୍ୟକ ରହିଛି। ତେବେ ମୋଦିଙ୍କ ଏହି ଚିନ୍ତା ପ୍ରକୃତରେ ଏକ ବଡ଼ ଚ୍ୟାଲେଞ୍ଜ। କାରଣ ଗତ ୧୫ ଦିନ ହେଲା ପ୍ରବାସୀ ରାଜ୍ୟବାସୀମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ଏହାସହ ବିଭିନ୍ନ ସ୍ଥାନରେ ଏହି ପ୍ରବାସୀମାନଙ୍କଠାରେ କରୋନା ଲକ୍ଷଣ ଥିବା ବା ରିପୋର୍ଟ ପଜିଟିଭ୍ ଥିବା ଖବର ମଧ୍ୟ ଆସୁଛି।

ପ୍ରବାସୀମାନଙ୍କ ନିଜ ନିଜ ରାଜ୍ୟ ଫେରିବା ଲାଗି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରବାସୀ ସମୂହ ନିଜ ନିଜ ଲକ୍ଷ୍ୟସ୍ଥଳକୁ ଫେରୁଛନ୍ତି। ଓଡ଼ିଶା ସମେତ କେତେକ ରାଜ୍ୟରେ ପ୍ରବାସୀମାନଙ୍କ ଫେରିବା ପରେ ହଠାତ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ଦେଖିବାକୁ ମିଳିଛି। ତେବେ ସରକାରୀ ବ୍ୟବସ୍ଥାରେ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନଙ୍କୁ ଏକାନ୍ତବାସ ଓ ସାମାଜିକ ଦୂରତ୍ୱରେ ରଖାଯାଉଛି।

ଅନ୍ୟପଟେ ଅନୁଷ୍ଠିତ ବୈଠକରେ ମୋଦି କହିଛନ୍ତି ଯେ, ଟୀକା ନ ମିଳିବା ଯାଏ ଆମକୁ ସାମାଜିକ ଦୂରତ୍ୱକୁ ହିଁ ଏକମାତ୍ର ଉପାୟ ବୋଲି ଚନ୍ତା କରିବାକୁ ହେବ। ଆଗକୁ ମୌସୁମୀ ଆସୁଛି ଅର୍ଥାତ ଋତୁକାଳୀନ ରୋଗବ୍ୟାଧି ମଧ୍ୟ ଆସିବ। ଏଥିଲାଗି ଆମକୁ ଚିକିତ୍ସା ସେବାକୁ ଏବେଠାରୁ ଆହୁରି ଅଧିକ ପ୍ରସ୍ତୁତି କରିବାକୁ ହେବ। ତେବେ ସାମ୍ପ୍ରତିକ ସ୍ଥିତି ଓ ମୌସୁମୀ ପରିସ୍ଥିତିକୁ ସାମ୍ନା କରିବା ନେଇ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ ମୋଦି।

ସୂଚନା ଥାଉ କି, ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେବା ବେଳେ କହିଛନ୍ତି ଯେ, ଜୁଲାଇ ଶେଷ ସପ୍ତାହ ସୁଦ୍ଧା କରୋନା ସଂକ୍ରମଣ ଭାରତରେ ଚରମ ସୀମାରେ ପହଞ୍ଚିବ। ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେଇଥିବାରୁ ଏଯାବତ ପରିସ୍ଥିତି ଅସମ୍ଭାଳ ହୋଇ ନାହିଁ। ହେଲେ ଲକଡାଉନ ଉଠିବା ପରେ ସଂକ୍ରମଣ ଧୀରେ ଧୀରେ ବଢ଼ିପାରେ ବୋଲି ସେ ଆଶଙ୍କା କରିଛନ୍ତି। ତେବେ ଏନେଇ ଭୟଭୀତ ହେବା ଆବଶ୍ୟକ ନୁହେଁ ବୋଲି ସେ ପରାମର୍ଶ ଦେଇଛନ୍ତି।



from Odisha Reporter https://ift.tt/35QGyNP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages