ଅଧାରୁ ଅଧିକ ଜିଲ୍ଲାକୁ ଛୁଇଁ ସାରିଲାଣି କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

ଅଧାରୁ ଅଧିକ ଜିଲ୍ଲାକୁ ଛୁଇଁ ସାରିଲାଣି କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ୨ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାକୁ ଛୁଇଁଛି କରୋନା। ରାଜ୍ୟରେ ୩୦ଟି ଜିଲ୍ଲା ଥିବା ବେଳେ ୧୬ଟି ଜିଲ୍ଲାରେ ପହଞ୍ଚି ସାରିଛି କରୋନା।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୬ ଜଣ ସୁସ୍ଥ ହୋଇସାରିଛନ୍ତି। ୧୦୨ ଜଣ ଏବେ ଚିକିତ୍ସାଧୀନ ରହିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରରେ ଚିହ୍ନଟ ହୋଇଛନ୍ତି। ସେଠାରେ ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୧ ଜଣ ସୁସ୍ଥ ହୋଇସାରିଛନ୍ତି। ଅନ୍ୟ ୧୫ ଜଣଙ୍କର ଚିକିତ୍ସା ଚାଲିଛି।

ବାଲେଶ୍ୱରରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସୁସ୍ଥ ହୋଇସାରିଛନ୍ତି। ଭଦ୍ରକରୁ ୧୯ଟି ପଜିଟିଭ୍ କେସ୍ ଆସିଥିବା ବେଳେ ୯ ଜଣ ସୁସ୍ଥ ହୋଇସାରିଛନ୍ତି। ସୁନ୍ଦରଗଡ଼ରେ ୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇସାରିଛନ୍ତି।

ଗଞ୍ଜାମ ଓ ବଲାଙ୍ଗିରରେ ଦୁଇ ଜଣ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ଚିକିତ୍ସାଧୀନ ଅଛନ୍ତି।କେନ୍ଦ୍ରାପଡ଼ାରେ ୨ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି।

କୋରାପୁଟ, ଜଗତସିଂହପୁର, ଦେବଗଡ଼ ଓ କେନ୍ଦୁଝରରେ ଜଣେ ଲେଖାଏ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି।

ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକ ମଧ୍ୟରୁ ପ୍ରଥମେ କଳାହାଣ୍ଡି ଜିଲ୍ଲାକୁ କରୋନା ଛୁଇଁଥିଲା। ଏଠାରେ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଚିକିତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି। ସେହିପରି କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ସୁସ୍ଥ ହୋଇସାରିଛନ୍ତି।



from Odisha Reporter https://ift.tt/2StwZio

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages