ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ୫ ଯବାନ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ୫ ଯବାନ ନିଖୋଜ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁପଓ୍ୱାଡାରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମିୟ ହୋଇଛି। ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର ଅଭିଯାନ ଚାଲିଥିବା ବେଳେ ୫ ଯବାନ ନିଖୋଜ ହୋଇଯାଇଛନ୍ତି। ଏହି ୫ ଯବାନଙ୍କ ମଧ୍ୟରେ ୨ ଜଣ ସେନା ଅଧିକାରୀ ରହିଛନ୍ତି। ଉଭୟଙ୍କ ମଧ୍ୟରେ ଗୁଳିବିନିମିୟ ଚାଲିଥିଲା। ଆତଙ୍କବାଦୀମାନେ ଯେଉଁ ଘରେ ରହି ସେନା ଉପରେ ଆକ୍ରମଣ କରୁଥିଲେ ସେହି ଘରକୁ ଯାଇଥିଲେ ଏହି ଯବାନମାନେ। ଏହାପରେ ସେମାନଙ୍କର କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି।

ଆତଙ୍କବାଦୀମାନେ ଲୁଚିଥିବା ନେଇ ସୁରକ୍ଷାବଳୟ ଜାଣିବା ପରେ କୁପଓ୍ୱାଡା ଜିଲ୍ଲାରେ ଶୁକ୍ରବାର ପାଖରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହାପରେ ଶନିବାର ଅପରାହ୍ନରେ ଆତଙ୍କବାଦୀ ଓ ସୁରକ୍ଷାବଳୟ ମୁହାଁମୁହିଁ ହୋଇଥିଲେ।

ଏବେ ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଅନ୍ୟପଟେ ଦକ୍ଷିଣ କଶ୍ମୀର ସ୍ଥିତ ଦଙ୍ଗରପୁରା ଜିଲ୍ଲାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଛି। ଏଥିସହ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।



from Odisha Reporter https://ift.tt/2KWlBY9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages