ମୁମ୍ବାଇ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ପରିବାର ଲୋକଙ୍କ କରୋନା ଟେଷ୍ଟ କରାଯାଇଛି। ସେମାନେ କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ମୁମ୍ବାଇରୁ ନିଜ ଜନ୍ମ ସ୍ଥାନ ଉତ୍ତର ପ୍ରଦେଶର ବୁଦ୍ଧାନା ସହରକୁ ଆସିଥିବାରୁ ସେମାନଙ୍କର କରୋନା ଟେଷ୍ଟ ହୋଇଥିଲା।
ତେବେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ରିପୋର୍ଟ ନେଗେଟିଭ ଆସିଥିଲେ ସିଦ୍ଦିକି ଓ ତାଙ୍କ ପରିବାର ବର୍ଗଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।
ନୱାଜୁଦ୍ଦିନ ଓ ତାଙ୍କ ପରିବାର ମହାରାଷ୍ଟ୍ରର ମୁମ୍ବାଇରେ ଦୀର୍ଘ ଦିନ ହେଲା ରହି ଆସୁଥିଲେ। ହେଲେ ତାଙ୍କ ଘରେ କୌଣସି ଜରୁରୀ କାମ ପଡ଼ିବାରୁ ସେ ଉତ୍ତର ପ୍ରଦେଶ ଆସିବାକୁ ଚାହିଁଥିଲେ। ସରକାରୀ ନିୟମ ଅନୁଯାୟୀ ସେ ମହାରାଷ୍ଟ୍ର ସରକାରଙ୍କ ଠାରୁ ଆବଶ୍ୟକ ପାସ ଆଣିବା ସହ ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ପଞ୍ଜିକରଣ କରିଥିଲେ।
ସେ ନିଜ ସହରରେ ପହଞ୍ଚିବା ପରେ ସମସ୍ତଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା। ତେବେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି।
from Odisha Reporter https://ift.tt/3bIJ7Te
No comments:
Post a Comment