କରୋନା ଲଢ଼େଇ ଭିତରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

କରୋନା ଲଢ଼େଇ ଭିତରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ଭାରତକୁ ମହାମାରୀ କରୋନା ଭାଇରସ ପ୍ରବେଶ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏପରି କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବା ବେଳେ ଦିଲ୍ଲୀରେ ହିନ୍ଦୁ-ମୁସଲିମ ଲଢ଼େଇ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରତିୟତାଙ୍କୁ ନିମ୍ନଗାମୀ କରିଦେଇଥିଲା।

ସେହିପରି ଦେଶର ଅର୍ଥନୀତି ରସାତଳକୁ ଖସିଯିବା ଓ ବେକାରୀ ସମସ୍ୟା ମୋଦି ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଥିଲା। କିନ୍ତୁ କରୋନା ଭାରତକୁ ଆସିବା ସହ ଏହା ମୋଦି ଓ ତାଙ୍କ ସରକାରଙ୍କ ପାଇଁ ଆଶୀର୍ବାଦ ଭାବେ ଉଭା ହୋଇଛି।

କରୋନା ଲଢ଼େଇ ଭିତରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚି ଯାଇଛି। ଏପରି କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତୁଳନାରେ ମୋଦି କରୋନା ସଙ୍କଟକୁ ଠିକ ଭାବେ ମୁକାବିଲା କରିବାରେ ଏଯାଏ ସଫଳ ହୋଇଥିବା ନ୍ୟୁୟର୍କ ଟାଇମ୍ସ ଜନମତ ସର୍ଭେରୁ ସ୍ପଷ୍ଟ ହୋଇଛି।

କରୋନା ସଙ୍କଟକୁ ମୁକାବିଲା କରିବାରେ ମୋଦି ବିଶ୍ୱର ଅନ୍ୟ ନେତାଙ୍କ ତୁଳନାରେ ଅଧିକ ସକ୍ଷମ ବୋଲି ୮୦% ଲୋକ କହିଛନ୍ତି। ଏହାର ଅର୍ଥ ଟ୍ରମ୍ପ, ପୁଟିନ, ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଅନ୍ୟ ନେତାଙ୍କ ତୁଳନାରେ ମୋଦିଙ୍କ ଲୋକ ପ୍ରିୟତା ଅଧିକ ରହିଛି ବୋଲି ନ୍ୟୁୟର୍କ ଟାଇମ୍ସ ସର୍ଭେରେ ଦାବି କରାଯାଇଛି।

ସେହିପରି ଟାଇମ୍ସ ଅଫ ଇଣ୍ଡିଆର ସର୍ଭେ ଅନୁଯାୟୀ, ମୋଦି ବେଶ ଭଲ ଭାବେ କରୋନା ମୁକାବିଲା କରୁଥିବା ୯୩.୫% ଲୋକ କହିଛନ୍ତି। ଅବଶ୍ୟ ଲକଡାଉନ ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପ୍ରବାସୀ ଶ୍ରମିକମାନେ ସମ୍ଭବତଃ ଏହି ସର୍ଭେରେ ସାମିଲ ହୋଇନାହାନ୍ତି।

କାରଣ ପ୍ରବାସୀ ଶ୍ରମିକମାନଙ୍କ ସାକ୍ଷାତକାର ବେଳେ ସେମାନେ ଲକଡାଉନ ବିପକ୍ଷରେ ମତଦେବା ସହ ଖାଇବା ଓ ରହିବାରେ ଅନେକ ସମସ୍ୟା ଭୋଗୁଥିବା କହିଥିଲେ। ଯଦି ସେମାନଙ୍କୁ ସର୍ଭେରେ ସାମିଲ କରାଯାଇଥାଆନ୍ତା, ତା’ହେଲେ ରିପୋର୍ଟ କିଛି ଭିନ୍ନ ଆସିଥାଆନ୍ତା ବୋଲି ରାଜନୀତିକ ସମୀକ୍ଷକମାନେ ମତ ଦେଇଛନ୍ତି।



from Odisha Reporter https://ift.tt/2X8z4lc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages