ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୯୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୮୩୨ଜଣ ଚିକିତ୍ସାଧୀନ ଅଛନ୍ତି।
୬୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳର।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ନୂଆପଡ଼ା ଜିଲ୍ଲାର ଅଛନ୍ତି। ଏହା ସହିତ ନୂଆପଡ଼ା ଜିଲ୍ଲାରେ କରୋନା ପ୍ରବେଶ କରିଛି। ସେହିପରି ରାଜ୍ୟର ୨୮ ଜିଲ୍ଲାରେ ପହଞ୍ଚିଛି କରୋନା।
ଏହି ୬୭ ଜଣଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ସର୍ବାଧିକ ୧୬ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ରୁ ୧୩, ଗଞ୍ଜାମରୁ ୭, ବଲାଙ୍ଗିରରୁ ୭, ଅନୁଗୋଳରୁ ୬, ସୁନ୍ଦରଗଡ଼ରୁ ୪, କଳାହାଣ୍ଡିରୁ ୪, ଖୋର୍ଦ୍ଧାରୁ ୩, କଟକରୁ ୨, ମାଲକାନଗିରିରୁ ୨, ଜଗତସିଂହପୁରରୁ ଜଣେ, ଢେଙ୍କାନାଳରୁ ଜଣେ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ପୁରୀରେ ଆଉ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଛି। ଏଠାରେ ୪ ଜଣ ସୁସ୍ଥ ହୋଇଥିବା ବେଳେ ୭୭ ଜଣ ଚିକିତ୍ସାଧୀନ ଅଛନ୍ତି।
ନୟାଗଡ଼ରେ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୪୫ରେ ପହଞ୍ଚିଛି। ଏଠାରେ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି।
ଗଞ୍ଜାମରେ ୭ ନୂଆ ପଜିଟିଭ୍ଙ୍କ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୦୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୪୨ ଜଣ ସୁସ୍ଥ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।
ବଲାଙ୍ଗିରରେ ବି ୭ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୨ ଜଣ ସୁସ୍ଥ ହୋଇଛନ୍ତି।
from Odisha Reporter https://ift.tt/2WYGngD
No comments:
Post a Comment