ବାହାରି ନ ପାରେ କୋଭିଡ୍-୧୯ ଟୀକା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ବାହାରି ନ ପାରେ କୋଭିଡ୍-୧୯ ଟୀକା!

ଲଣ୍ଡନ: ନୋଭେଲ୍ କରୋନା ଭୂତାଣୁ ଜନିତ କୋଭିଡ୍-୧୯ ରୋଗର ଟୀକା ବାହାର କରିବାକୁ ସାରା ବିଶ୍ୱର ବୈଜ୍ଞାନିକ, ଡାକ୍ତର ଓ ବିଶେଷଜ୍ଞ ମଣ୍ଡଳୀ ଅହରହ ପ୍ରୟାସ ଜାରି ରଖିଛନ୍ତି। ଏପଟେ ସଂକ୍ରମଣକୁ ରୋକିବା ଲାଗି ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଲକଡାଉନର ସମାଧାନ ଆପଣାଇଛନ୍ତି। ତେବେ ଭାରତରେ ଲୋକେ ମଧ୍ୟ ଲକଡାଉନର କଡ଼ା ନିୟମ ମାନି ଘରେ ରହୁଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ରହିଥିବା ବେଳେ ଏବେ କୋଭିଡ୍-୧୯ ଟୀକାକରଣ ନେଇ ନୂତନ ତଥ୍ୟ ସାମ୍ନାକୁ ଆସିଛି, ଯାହା ହତୋତ୍ସାହିତ କରିଦେଇପାରେ।

ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ୍-୧୯ ପ୍ରତିରୋଧ ଲାଗି ପ୍ରସ୍ତାବିତ ୧୦୦ରୁ ଊର୍ଦ୍ଧ୍ୱ ଟୀକା ଏବେ ପ୍ରି-କ୍ଲିନିକାଲ ପରୀକ୍ଷଣ ସ୍ତରରେ ଥିବାବେଳେ ସେଥିରୁ କେତୋଟି ମନୁଷ୍ୟଙ୍କ ଉପରେ ପରୀକ୍ଷଣ କରାଯିବା ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଏହାରି ଭିତରେ ବିଶ୍ୱର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍-୧୯ ଟୀକାକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି। ସେମାନଙ୍କ ଆଶଙ୍କା ଯେ, ଡେଙ୍ଗୁ, ଏଚଆଇଭି ଭଳି କୋଭିଡ୍-୧୯ ଲାଗି ମଧ୍ୟ କୌଣସି ଟୀକା ବିକଶିତ ହେବା ସମ୍ଭବ ହେବ ନାହିଁ।

ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର କୋଭିଡ୍-୧୯ ବିଶେଷଜ୍ଞ ଡ. ଡେଭିଡ୍ ନାବାରୋ କହିଛନ୍ତି ଯେ, “କିଛି ଏଭଳି ଭୂତାଣୁ ରହିଛନ୍ତି, ଯାହାଙ୍କ ଲାଗି ଏଯାବତ୍ କୌଣସି ଟୀକା ମିଳିପାରି ନାହିଁ। କୋଭିଡ୍-୧୯ ଟୀକା ବାହାରିବା ନେଇ ଆମେ ଦୃଢ଼ୋକ୍ତି ଦେଇପାରିବୁ ନାହିଁ। ଯଦିଓ ଏହା ମିଳିଯାଏ, ତଥାପି ଏହା ଫଳପ୍ରଦତା ଓ ନିରାପତ୍ତା ଦୃଷ୍ଟିରୁ ସମସ୍ତ ପରୀକ୍ଷଣର ସ୍ତର ଯେ ସଫଳତାର ସହ ପାର କରିବ ତାହା ମଧ୍ୟ ନିର୍ଦ୍ଦିଷ୍ଟ କରି କହିହେବ ନାହିଁ।“

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ଜୈବିକ ପ୍ରଣାଳୀ ପାଇଁ ଚେଷ୍ଟା କରୁଛୁ। ଏହା କୌଣସି ଯାନ୍ତ୍ରିକ ପ୍ରକ୍ରିୟା ପାଇଁ ପ୍ରୟାସ ନୁହେଁ। ପ୍ରକୃତରେ ମନୁଷ୍ୟ ଶରୀର ଏହାକୁ କିଭଳି ପ୍ରତିକ୍ରିୟା ଦେଉଛି, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଟୀକା ଖୋଜିବା ପ୍ରକ୍ରିୟା ଧୀର, ମନ୍ଥର ଓ ଯନ୍ତ୍ରଣାଦାୟକ ମଧ୍ୟ।”

ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କ ବାରମ୍ବାର ଆଶା ନିରାଶାରେ ପରିଣତ ହେଉଛି। ପ୍ରସ୍ତାବିତ ଟୀକାଗୁଡ଼ିକ ପରୀକ୍ଷଣର ସମସ୍ତ ପର‌୍ୟ୍ୟାୟରେ ସଫଳ ହୋଇପାରୁ ନାହାନ୍ତି। ଅନ୍ୟପଟେ ପାଖାପାଖି ୪ ଦଶନ୍ଧିରେ ୩୨ ନିୟୁତ ଲୋକଙ୍କ ମୃତ୍ୟୁ ପରେ ଆଜି ବି ସାରା ବିଶ୍ୱ ଏଚଆଇଭି ନିରାକରଣ ଲାଗି ଟୀକାକୁ ଅପେକ୍ଷା କରିଛି। ସେହିପରି ଡବ୍ଲୁଏଚଓ ଆକଳନ ଅନୁଯାୟୀ ସଂକ୍ରମଣରେ ବର୍ଷକୁ ପ୍ରାୟ ୪ ଲକ୍ଷରୁ ଜୀବନ ନେଉଥିବା ଡେଙ୍ଗୁ ଜ୍ୱର ଲାଗି ଏକ ପ୍ରଭାବଶାଳୀ ଟୀକା ବାହାର କରିବାକୁ ଦଶନ୍ଧି ଧରି ବୈଜ୍ଞାନିକମାନେ ସଫଳତା ପାଇନାହାନ୍ତି।

ଅପରପକ୍ଷେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ଆଲର୍ଜି ଆଣ୍ଡ୍ ଅନଫେକ୍ସିୟସ୍ ଡିଜିଜ୍ ନିର୍ଦ୍ଦେଶକ ଆନ୍ଥୋନି ପାଉସି ଏହି ପରିପ୍ରେକ୍ଷୀରେ ଦୃଢ଼ୋକ୍ତି କରିଛନ୍ତି ଯେ, ବର୍ଷେ କିମ୍ବା ୧୮ ମାସ ମଧ୍ୟରେ କୋଭିଡ୍-୧୯ ପ୍ରତିରୋଧକ ଟୀକା ବାହାରିଯିବ। ହେଲେ ଅନେକ ବୈଜ୍ଞାନିକ ୧୮ ମାସରୁ ଊର୍ଦ୍ଧ୍ୱ ସମୟ ଲାଗିପାରେ ବୋଲି ମତ ଦେଇଛନ୍ତି। ସେହିପରି ଅଧିକାଂଶ ବିଶେଷଜ୍ଞଙ୍କ ଏନେଇ କହିବା ହେଲା, ଯେହେତୁ ଏଚଆଇଭି ବା ମ୍ୟାଲେରିଆ ଭଳି କରୋନା ଭୂତାଣୁ ଶ୍ରୀଘ୍ର ପରିବର୍ତ୍ତନ ହେଉନାହିଁ ଏଣୁ ପରିଶେଷରେ କୋଭିଡ୍-୧୯ ଟୀକା ନିଶ୍ଚିତ ବାହାରିବ।

ସୂଚନାଯୋଗ୍ୟ, ଡବ୍ଲୁଏଚଓ ତଥ୍ୟ ଅନୁଯାୟୀ, ବର୍ତ୍ତମାନ କୋଭିଡ୍-୧୯ ଲାଗି ସର୍ବମୋଟ ୧୦୨ଟି ପ୍ରସ୍ତାବିତ ଟୀକା କରୋନା ଭୂତାଣୁ ସମାଧାନ ପ୍ରତିଯୋଗିତାରେ ରହିଛନ୍ତି। ସେଥିରୁ ୮ଟି ଉତ୍ତୀର୍ଣ୍ଣ ହୋଇ ମନୁଷ୍ୟଙ୍କ ଉପରେ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚିଛନ୍ତି।



from Odisha Reporter https://ift.tt/3c3oIJO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages