ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଦିଅରର କଟୁରୀ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟୁଝରି ଗାଁରେ। ମୃତ ମହିଳାଙ୍କ ନାଁ ତୁଳସୀ ବେହେରା। ପୁଲିସ୍ ଅଭିଯୁକ୍ତ ଦିଅର ସୁରେଶ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କୌଣସି କଥାକୁ ନେଇ ସୁରେଶ ଓ ତୁଳସୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ସୁରେଶ ରାଗି ଯାଇ ତାଙ୍କ ଭାଉଜଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତୁଳସୀଙ୍କ ମୃତ୍ୟୁ ଘଟିଥିଲା।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇ ନଥିଲା।
from Odisha Reporter https://ift.tt/2ysPexx
No comments:
Post a Comment