ଆଜି ଦେବ ଦମ୍ପତିଙ୍କ ବିବାହ; ଚଳଚଞ୍ଚଳ ସମ୍ବଲପୁର ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

ଆଜି ଦେବ ଦମ୍ପତିଙ୍କ ବିବାହ; ଚଳଚଞ୍ଚଳ ସମ୍ବଲପୁର ସହର

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର। ଆଜି ହେଉଛି ଦେବ ଦମ୍ପତିଙ୍କ ବିବାହ। ଦେବ ଦେବ ମହାଦେବ ଆଜି ମା’ ପାର୍ବତୀଙ୍କ ହାତ ଧରିବେ। ପରମ୍ପରା ଅନୁସାରେ, ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରକୁ ଯିବେ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ତେବେ ଲକ୍‌ଡାଉନ ପାଇଁ ଏଥର ସମ୍ପୂର୍ଣ୍ଣ ନିରାଡମ୍ବର ଭାବରେ ଏହି ଉତ୍ସବ ସମ୍ପନ୍ନ ହେବ।

ଏଥିନିମନ୍ତେ ଗତକାଲି ଗୁଆଗୁଣ୍ଡା ନୀତି ଅନୁଷ୍ଠିତ ହୋଇଯାଇଛି।  ଶିବ ବିବାହ ପାଇଁ ମନ୍ଦିର ମନ୍ଦିର ବୁଲି ହନୁମାନ ଗୁଆଗୁଣ୍ଡା ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ ଦେବାର ପରମ୍ପରା ଥାଏ। ପ୍ରତି ବର୍ଷ ଏହି ପର୍ବ ବହୁ ଆଡମ୍ବର ସହକାରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁ କେବଳ ବିଧି ଅନସାରେ ସବୁ ରୀତିନୀତି ହୋଇଯାଇଛି।



from Odisha Reporter https://ift.tt/36wenUN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages