ଭୋପାଲ: ସ୍ୱାମୀ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ସ୍ତ୍ରୀ ପ୍ରେମିକ ସହିତ ଫେରାର ହୋଇଯାଇଛି। ଏଭଳି ଅଭିଯୋଗ ଆସିଛି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ। ପୁଲିସ୍ ଏ ଘଟଣାରେ ନିଖୋଜ ମାମଲା ଦାଏର କରି ତଦନ୍ତ ଚଲାଇଛି।
ପ୍ରବାସୀ ଶ୍ରମିକ ଜଣଙ୍କ ମେ’ ୧୯ରେ ତାଙ୍କ ଗାଁ ମୁଣ୍ଡେରୀକୁ ଫେରିଥିଲେ। ଏହାପରେ ସେ କ୍ୱାରେଣ୍ଟାଇନରେ ଥିଲେ। ସରକାରଙ୍କ ନିୟମ ଅନୁଯାୟୀ ୭ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଆଉ ୭ ଦିନ ଘରେ କ୍ୱାରେଣ୍ଟାଇନରେ ରହିବେ। ଘରେ କ୍ୱାରେଣ୍ଟାଇନରେ ରହିବା ବେଳେ ତାଙ୍କ ସ୍ତ୍ରୀ ଆଉ କାହା ସହିତ ଫେରାର ହୋଇଯାଇଥିବା ପ୍ରବାସୀ ଶ୍ରମିକ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।
ଦିଲ୍ଲୀର ଏକ କନଷ୍ଟ୍ରକସନ କମ୍ପାନୀରେ ସେ କାମ କରୁଥିବା କହିଛନ୍ତି । ତାଙ୍କର ତିନି ସନ୍ତାନ ରହିଛନ୍ତି। ସମସ୍ତେ ଦିଲ୍ଲୀରେ ଏକାଠି ରହୁଥିଲେ। ହେଲେ ଦେଢ଼ ବର୍ଷ ହେବ ପିଲା ଛୁଆ ଏବଂ ତାଙ୍କ ସ୍ତ୍ରୀ ଗାଁକୁ ପଳାଇ ଆସିଛନ୍ତି। କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୭ ଦିନ ରହି ସାରିବା ପରେ ସେ ଘରେ କ୍ୱାରେଣ୍ଟାଇନରେ ରହିଥିଲେ। ସେ ଘରର ପ୍ରଥମ ମହଲାରେ ରହୁଥିଲେ ସ୍ତ୍ରୀ ଓ ପିଲା ଛୁଆ ତଳ ମହଲାରେ ରହୁଥିଲେ।
ସକାଳୁ ଉଠି ନିଜ ରୁମ୍ ଖୋଲିବାକୁ ଚେଷ୍ଟା କରିଥିଲେ। ହେଲେ ବାହାରୁ ତାଲା ପଡ଼ିଥିବା ପ୍ରବାସୀ ଶ୍ରମିକ ଜଣଙ୍କ ଦେଖିବାକୁ ପାଇଥିଲେ। ତେବେ ସେ ନିଜ କୌଶଳ ମୁତାବିକ୍ ନିଜ ରୁମରୁ ବାହାରି ଆସିଥିଲେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ଆଉ ପାଇନଥିଲେ। ଏମିତିକି ତାଙ୍କ ପିଲାମାନେ ମଧ୍ୟ କିଛି ଜାଣିନଥିବା କହିଥିଲେ ବୋଲି ଅଭିଯୋଗକାରୀ ପ୍ରବାସୀ ଶ୍ରମିକ କହିଛନ୍ତି। ଏହାପରେ ସେ ମୁହଁରେ ଗାମୁଛା ବାନ୍ଧି ଆଖପାଖ ଘର ବୁଲି ତାଙ୍କ ସ୍ତ୍ରୀଙ୍କ ବାବଦରେ ପ୍ରବାସୀ ଶ୍ରମିକ ଜଣଙ୍କ ପଚାରିଥିଲେ। ହେଲେ କେହି ଜାଣିନଥିବା ସେ କହିଛନ୍ତି।
from Odisha Reporter https://ift.tt/2ZBOC3X
No comments:
Post a Comment