ନୂଆଦିଲ୍ଲୀ(ଶିବାନନ୍ଦ ରାଉତ): ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି ବିଦେଶୀ ଇସ୍କନ ଭକ୍ତ ଲୀଳାବତି । ସେ ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ାର ରାଧାମାଧବ ମନ୍ଦିରରେ ୮ ବର୍ଷ ହେଲା ରହି ସେବା କରି ଆସୁଥିଲେ। ସେ ଗତ ମାର୍ଚ୍ଚରେ ବୃନ୍ଦାବନ ବୁଲି ଯାଇଥିବା ବେଳେ ଲକ୍ଡାଉନ୍ ଯୋଗୁ ସେଠାରେ ଅଟକି ରହିଛନ୍ତି।
ମାର୍ଚ୍ଚ ମାସରୁ ସମଗ୍ର ଦେଶ ଲକ୍ଡାଉନ୍ ଥିବା ଯୋଗୁ ସେ କରିଥିବା ଟ୍ରେନ୍ ଟିକେଟ ବାତିଲ ହୋଇଯାଇଛି। ଫଳରେ ଅନ୍ୟୋପାୟ ହୋଇ ସେ ସେଠାରେ ବିଭିନ୍ନ ଧର୍ମ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। କିନ୍ତୁ ବାଲେଶ୍ୱର କର୍ମଭୂମି ହୋଇଥିବାରୁ ଏଠାକୁ ଫେରି ଆଶ୍ରମରେ ସେବା ଦେବାକୁ ଇଚ୍ଛୁକ ଥିବା କହିଛନ୍ତି। ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ସେ ଏକ ଭିଡିଓ ବାର୍ତ୍ତା ଜରିଆରେ ଆକୁଳ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାର ବାହାରେ ଫସି ରହିଥିବା ଲୋକଙ୍କୁ ଆଣିଥିବାରୁ ସେ ଖନ୍ତାପଡ଼ାର ସ୍ଥାନୀୟ ପଞ୍ଚାୟତ ଓ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ହେଲେ ତାଙ୍କ ଫେରିବା ନେଇ ଏବେ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇ ନଥିବା ସେ କ୍ଷୋଭର ସହ କହିଛନ୍ତି।
from Odisha Reporter https://ift.tt/2KXDLbW
No comments:
Post a Comment